
ଭୁବନେଶ୍ୱର (ଓଡିଶା ରିପୋର୍ଟର): ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ)ର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ କେ.ସି. ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି।
ଗତକାଲି ବିଜେପିର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।
ନାବାର୍ଡର ଏକାଧିକ ଆଞ୍ଚଳିକ କାର୍ଯ୍ୟାଳୟ ତଥା ବିଭାଗରେ ସଫଳତାର ସହ କାର୍ଯ୍ୟ କରିବା ସହିତ ଶ୍ରୀ ପାଣିଗ୍ରାହୀ ୬ ମାସ ପୂର୍ବରୁ ଭୁବନେଶ୍ୱର ସ୍ଥିତ ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟରୁ ସିଜିଏମ୍ ଭାବେ ଅବସର ଗ୍ରହଣ କରିଥିଲେ।
ବିଜେପିରେ ମିଶିବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି,“ବିଜେପି ଗାଁର ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରିଛି। ମୁଁ ନାବାର୍ଡରେ ଦୀର୍ଘ ୩୫ ବର୍ଷ କାର୍ଯ୍ୟ କରିବା ଭିତରେ ଯେଉଁ ଅଭିଜ୍ଞତା ଅର୍ଜନ କରିଛି, ତାହାକୁ ଗାଁର ଗରିବ ଲୋକଙ୍କ ପାଇଁ କାର୍ଯ୍ୟରେ ଲଗାଇବି। ଆଗାମୀ ଦିନରେ ଲୋକମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବି।”
from Odisha Reporter https://ift.tt/2WHsCzR
No comments:
Post a Comment