ବିଚ୍ଛେଦ ପରେ କ’ଣ କରୁଛନ୍ତି ଏହି ସବୁ ହିରୋଇନ, ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବିଚ୍ଛେଦ ପରେ କ’ଣ କରୁଛନ୍ତି ଏହି ସବୁ ହିରୋଇନ, ଜାଣିଛନ୍ତି କି ?

ମୁମ୍ୱାଇ:  ବଲିଉଡ଼ର ବହୁ ଟପ୍‌ ହିରୋଇନଙ୍କ ବିବାହ ଯେପରି ଚର୍ଚ୍ଚାରେ ଥିଲା ସେମାନଙ୍କ ବିଚ୍ଛେଦକୁ ନେଇ ମଧ୍ୟ ସେପରି  ଗସିପ୍‌ ଜୋର ଧରିଥିଲା। ସେମାନେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ସ୍ୱାଧୀନ ଜୀବନ ବଞ୍ଚୁଛନ୍ତି। କିଏ ସିଙ୍ଗଲ୍‌ ମଦର ହୋଇ ନିଜ ଛୁଆଙ୍କ ସହ  ଖୁସି ଥିବା ବେଳେ କିଏ ଫ୍ରେଣ୍ଡ ସର୍କଲ, ପାର୍ଟି, ମଜାମସ୍ତିକୁ  ଖୁବ୍‌ ଏନଜୟ କରୁଛନ୍ତି। ସେମାନେ ଆଉ ବିବାହ କରିବା ମୁଡ୍‌ରେ ବି ନାହାନ୍ତି। ସେମାନଙ୍କ ମଧ୍ୟରେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କଠାରୁ ଆରମ୍ଭ କରି ଶାହରୁଖଙ୍କ ହିରୋଇନମାନେ ବି ସାମିଲ ଅଛନ୍ତି। ଆସନ୍ତୁ ଜାଣିବା ଏପରି କିଛି ହିରୋଇନଙ୍କ ସମ୍ପର୍କରେ।

କରିସ୍ମା କପୁର : ଏହି ଲିଷ୍ଟରେ ପ୍ରଥମ ନାଁ ଆସିବ କପୁର ଖାନଦାନର ଲଳନା କରିସ୍ମା କପୁରଙ୍କ। କରିସ୍ମା ନିଜ ଫିଲ୍ମ କ୍ୟାରିୟରରେ ବହୁ ହିଟ୍‌ ଫିଲ୍ମ ଦେଇଛନ୍ତି। ହେଲେ ପର୍ସନାଲ ଲାଇଫରେ ସେ ହିଟ୍‌ ହୋଇପାରିଲେନି। ୨୦୦୩ ମସିହାରେ କରିସ୍ମା ନିଜ ପିଲା ଦିନର ବନ୍ଧୁ ତଥା ବିଜନେସମ୍ୟାନ୍‌ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଉଭଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି। ହେଲେ ସମ୍ପର୍କରେ ଫାଟ ଦେଖାଯିବାରୁ ୨୦୧୬ରେ ଉଭୟ ପରସ୍ପରଠୁ ଅଲଗା ହୋଇଗଲେ। ୨୦୧୭ରେ ସଞ୍ଜୟ ମଡେଲ ପ୍ରିୟା ସଚ୍ଚଦେବାଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଏକ ପୁଅ ମଧ୍ୟ ଅଛି। କରିସ୍ମା କିନ୍ତୁ ସିଙ୍ଗଲ୍‌ ମଦର ଭାବେ ଏବେ ନିଜ ୨ ପିଲାଙ୍କ ସହ  ରହୁଛନ୍ତି।

ମନିଷା କୋଇରାଲା:  ୯୦ ଦଶକର ସୁପରହିଟ୍‌ ନାୟିକା ମନିଷା କୋଇରାଲାଙ୍କ ବିବାହ ମଧ୍ୟ ବେଶି ଦିନ ତିଷ୍ଠି ପାରି ନ ଥିଲା। ନେପାଳର ଏକ ପ୍ରମୁଖ ରାଜେନୈତିକ ପରିବାରରୁ ମନିଷା ଆସିଥିବା ବେଳେ ବଲିଉଡ଼ରେ ବି ସେ ବେଶ୍‌ ସଫଳ ହୋଇପାରିଥିଲେ। ୨୦୧୦ରେ ବିଜନେସମ୍ୟାନ ସମ୍ରାଟ ଦହଲଙ୍କୁ ବିବାହ କରିଥିଲେ। ହେଲେ ୨ ବର୍ଷ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଯିବାକୁ ଠିକ୍‌ ଭାବିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଏପରି ବିଗିଡି ଯାଇଥିଲା ଯେ, ‘ ମୋ ସ୍ୱାମୀ ମୋର ସବୁଠୁ ବଡ ଶତ୍ରୁ’  ବୋଲି ମନିଷା ନିଜ ଫେସବୁକ୍‌ ପେଜ୍‌ରେ ଲେଖିଦେଇଥିଲେ। ଏହାପରେ କ୍ୟାନସରରେ ପୀଡିତା ହୋଇଥିବା ମନିଷା ଏବେ ଏଥିରୁ ମୁକ୍ତ ହୋଇ ବେଶ୍‌ ଖୁସିରେ ନିଜ ଅନ୍ଦାଜରେ ନିଜ ଜୀବନ ବଞ୍ଚୁଛନ୍ତି।

ପ୍ରୀତି ଝାଙ୍ଗିୟାନି : ୟଶ ଚୋପ୍ରାଙ୍କ ଫିଲ୍ମ ‘ମୋହବତେ’ ରେ ଜିମି ସେରଗିଲ୍‌ଙ୍କ ନାୟିକା ସାଜିଥିବା ପ୍ରୀତି ୨୦୦୮ ମସିହାରେ ଆକ୍ଟର ପରବିନ ଡବାସଙ୍କୁ ବିବାହ କରିଥିଲେ।  ହେଲେ ପୁଅ ଜନ୍ମ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଲା। ଏହାପରେ ସ୍ୱାମୀଙ୍କଠାରୁ ଅଲଗା ହୋଇ ପ୍ରୀତି ନିଜ ପୁଅ ସହ ବେଶ୍‌ ଖୁସିରେ ଅଛନ୍ତି।

ମହିମା ଚୌଧୁରୀ:  ବଲିଉଡ଼ର ବାଦଶାହା ଶାହାରୁଖଙ୍କ ସହ  ‘ପରଦେଶ’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ମହିମା ଚୌଧୁରୀ।  ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲେ ମଧ୍ୟ ମହିମା ନିଜ କ୍ୟାରିୟରରେ ସେପରି ସଫଳତା ଆଉ ପାଇପାରି ନ ଥିଲେ। ୨୦୦୬ ମସିହାରେ ପରଦେଶ ଗାର୍ଲ ମହିମା ବବି ଚୌଧୁରୀଙ୍କୁ ବିବାହ କରିଥିଲେ। ହେଲେ ୭ ବର୍ଷ ପରେ ଏହି ସମ୍ପର୍କର ଡୋର ଛିଣ୍ଡି ଯାଇଥିଲା। ମହିମା ଏବେ ନିଜ ଝିଅ ସହ ଏକା ରହୁଛନ୍ତି।

ସଙ୍ଗୀତା ବିଜଲାନୀ:  କ୍ୟାରିଅର ଆରମ୍ଭରେ ସଙ୍ଗୀତା ବିଜଲାନୀଙ୍କର ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ସହ ଆଫେୟାର୍ସ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହା ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ପରେ ସଙ୍ଗୀତା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ  ମହମ୍ମଦ  ଆଝାରୁଦ୍ଦିନଙ୍କୁ ବିବାହ କରିଥିଲେ।  ଏଥିପାଇଁ ସଙ୍ଗୀତା  ଧର୍ମ ପରିବର୍ତ୍ତନ କରି  ମୁସଲିମ୍‌ ଧର୍ମ ଗ୍ରହଣ କରିଥିଲେ। ସେ ମଧ୍ୟ ନିଜ ନାମ ପରିବର୍ତ୍ତନ କରି ଆୟେଶା ରଖିଥିଲେ। ହେଲେ ଏହି ବିବାହ ୨୦୧୦ରେ ବିଚ୍ଛେଦରେ ପରିଣତ ହୋଇଥିଲା। ଏବେ ବି ସଲମାନ ଓ ସଙ୍ଗୀତା ଭଲ ସାଙ୍ଗ ହୋଇ ଅଛନ୍ତି।



from Odisha Reporter https://ift.tt/2uEnsJ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages