‘କଲଙ୍କ’ରେ ନିଜ ଚରିତ୍ରକୁ ନେଇ ଖୁସି ନାହାନ୍ତି ସୋନାକ୍ଷୀ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

‘କଲଙ୍କ’ରେ ନିଜ ଚରିତ୍ରକୁ ନେଇ ଖୁସି ନାହାନ୍ତି ସୋନାକ୍ଷୀ, କହିଲେ ଏମିତି କଥା

SONAKHHI

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’। ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରେ ତିନି ତିନି ଜଣ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି। ଫିଲ୍ମରେ ବଲିଉଡ୍‌ର ଧକ୍‌ ଧକ୍‌ ଗାର୍ଲ୍‌ ମାଧୁରୀ ଦିକ୍ଷୀତ୍‌ଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଦିୱାନା କରିଛି।

ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେସନ୍‌ ହିଁ ବଲିଉଡ୍‌ରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏଥିପାଇଁ ଅନେକ ବଲିଉଡ୍‌ ଅଭିନେତ୍ରୀ ତାଙ୍କ ସହ ଡ୍ୟାନ୍ସ କରିବାକୁ ବା ସ୍କ୍ରିନ୍‌ ଶେଆର କରିବାକୁ ଚାହାନ୍ତି। ଏମିତି ଏବେକାର ଅଭିନେତ୍ରୀଙ୍କ ପାଇଁ ମାଧୁରୀ ଜଣେ ଆଦର୍ଶ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଆଉ ଏବେ ସେ ସୁଯୋଗ ମିଳିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଓ ସୋନାକ୍ଷୀ ସିହ୍ନାଙ୍କୁ।

ଜାଣିଛନ୍ତି ଆଲିଆଙ୍କ ସହ ସୋନାକ୍ଷୀ ସିହ୍ନା ବି ମାଧୁରୀଙ୍କର ଜଣେ ଜବରଦସ୍ତ ଫ୍ୟାନ୍‌। ଆଉ ତାଙ୍କୁ ମାଧୁରୀଙ୍କ ସହ କାମ କରିବାକୁ ସୁଯୋଗ ମିଳିବା ନିଶ୍ଚିତ ଭାବେ କେଉଁ ବଡ଼ ସୁଯୋଗଠୁ କମ୍‌ ନୁହେଁ। କିନ୍ତୁ ଜାଣିଛନ୍ତି ସୋନାକ୍ଷୀଙ୍କର ଗୋଟିଏ ମନ୍ତବ୍ୟ ଯୋଗୁ ଏବେ ସେ ଚର୍ଚ୍ଚାରେ ଅଛନ୍ତି।
ଜାଣିଛନ୍ତି ସୋନାକ୍ଷୀ ଏହି ଫିଲନ୍ମ କାମ କରି ଖୁସି ନାହାନ୍ତି। ତାଙ୍କର କହିବା ଅନୁଯାୟୀ ତାଙ୍କ ଇଚ୍ଛା ପୂରା ହୋଇ ନାହିଁ। ‘କଲଙ୍କ’ ପ୍ରମୋଶନ୍‌ କରିବା ବେଳେ ସୋନାକ୍ଷୀ ଏକଥାର ଖୁଲାସା କରିଛନ୍ତି।

ପ୍ରମୋଶନ୍‌ରେ ଯେତେବେଳେ ସୋନାକ୍ଷୀଙ୍କୁ ପଚାର ଗଲା ଯେ ଶୁଟିଂ ସମୟରେ ମାଧୁରୀଙ୍କ ସହ ତାଙ୍କ ସମ୍ପର୍କ କେମିତି ଥିଲା? ସେ ସମୟରେ ସୋନାକ୍ଷୀ କହିଥିଲେ, ‘‘କଟା ଘାରେ ଲୁଣ ପକାଇଲିଆ ଭଳି ପ୍ରଶ୍ନ କାହିଁକି ପଚାରୁଛ। ମୋତେ ବହୁତ ଇଚ୍ଛା ଥିଲା ମାଧୁରୀଙ୍କ ସହ ଡ୍ୟାନ୍ସ କରିବାକୁ। କିନ୍ତୁ ସେ ସୁଯୋଗ ମୋତେ ମିଳି ନଥିଲା। ଆଲିଆଙ୍କୁ କିନ୍ତୁ ସୁଯୋଗ ମିଳିଛି ମାଧୁରୀଙ୍କ ସହ ଡ୍ୟାନ୍ସ କରିବାକୁ।’’

ତେବେ ଏହି କଥା କହି ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଡ୍ୟାନ୍ସ କରିବାକୁ ସୁଯୋଗ ନ ମିଳିଲେବି ତାଙ୍କୁ ମାଧୁରୀଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ଖୁସି ଥିବା କହିଛନ୍ତି।

ଅନ୍ୟପଟେ ସେହି ପ୍ରମୋଶନ୍‌ରେ ଆଲିଆ କହିଛନ୍ତି, ‘‘ମାଧୁରୀଙ୍କ ସହ କାମ କରିବାର ସୁଯୋଗ ମିଳିବା ସହ ଡ୍ୟାନ୍ସ କରିବାର ଅଭିଜ୍ଞତା ବି ଖୁବ୍‌ ଭଲ ଥିଲା।’’
କିନ୍ତୁ ଆଲିଆ କହିଥିଲେ, ସେ ମାଧୁରୀଙ୍କ ସହ କାମ କଲାବେଳେ ଟିକେ ନର୍ଭସ୍‌ ହୋଇଯାଉଥିଲେ । କିନ୍ତୁ ମାଧୁରୀ ହସି ଦେଇ ତାଙ୍କ ନର୍ଭସ୍‌କୁ ଦୂର କରିଦେଉଥିଲେ। ମାଧୁରୀଙ୍କ ସହ କାମ କରି ତାଙ୍କୁ ବହୁତ କିଛି ଶିଖିବାକୁ ସୁଯୋଗ ମିଳିଥିବା କଥା ମଧ୍ୟ ଆଲିଆ କହିଥିଲେ।



from Odisha Reporter http://bit.ly/2Gygzj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages