୩୦ ପରେ ବି ହଜିବନି ତ୍ୱଚାର ଚମକ , ଫଲୋ କରନ୍ତୁ ୫ ଟିପ୍ସ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

୩୦ ପରେ ବି ହଜିବନି ତ୍ୱଚାର ଚମକ , ଫଲୋ କରନ୍ତୁ ୫ ଟିପ୍ସ…

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଉଜ୍ଜ୍ୱଳ ତ୍ୱଚା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ତ୍ୱଚାର ଯତ୍ନ ନେବାକୁ ଆମକୁ ବହୁତ କମ୍‌ ସମୟ ମିଳିଥାଏ। ଯୁବାବସ୍ଥାରେ ତ୍ୱଚାରେ ମହଜୁଦ ଥିବା ନମନିୟତା କ୍ରମଶଃ ହଜିବାକୁ ବସେ। ୩୦ ଅତିକ୍ରାନ୍ତ କରିବା ପରେ ତ୍ୱଚାରେ ସନ ବର୍ଣ୍ଣ, ଟ୍ୟାନ, ଫାଇନ ଲାଇନ, ଡାର୍କ ସ୍ପଟ, ରିଙ୍କଲସ୍‌ ଅଦି ପରିଲକ୍ଷିତ ହୋଇଥାଏ। ତେଣୁ ଖରାକୁ ବାହାରିବା ମାତ୍ରେ ସନସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।

୩୦ ବର୍ଷ ଅତିକ୍ରାନ୍ତ କରିବା ପରେ ସାଧାରଣତଃ ତ୍ୱଚାର ଶୁଷ୍କତା ଦିନକୁ ଦିନ ବଢିବାକୁ ଲାଗେ । ଆଖି ତଳ କଳା ପଡ଼ିବା, ତ୍ୱଚାରେ ଭାଙ୍ଗ ପଡ଼ିବା, କୁଞ୍ଚନ ସୃଷ୍ଟି ହେବା, ମୁହଁର ବିଭିନ୍ନ ସ୍ଥାନରେ ଦାଗ ଦେଖାଯିବା ଆଦି କାରଣରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼େ। ଏପରି ସମସ୍ୟାର କାରଣ ପ୍ରତିଦିନ ବାହାରେ ହେଉଥିବା, ଧୂଳି, ପ୍ରଦୂଷଣ,  ଖରାର କୋପ ଆଦି ହୋଇଥାଏ।  ତେଣୁ ୩୦ ବର୍ଷ ପରେ ମଧ୍ୟ ଯଦି ଆପଣ ତ୍ୱଚାରେ ଚମକ ଚାହୁଁଛନ୍ତି, ତା  ହେଲେ ୫ ସ୍କିନ୍‌ କେୟାର ଟିପ୍ସ ଫଲୋ କରନ୍ତୁ।

ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ

ଯେକୌଣସି ଋତୁରେ ବି ଖରାର କୋପ ମୁହଁ ଲାଗି ଭଲ ନୁହେଁ। ସୂର୍ଯ୍ୟ କିରଣ ଭିଟାମିନ ଡି ଯୋଗାଇଥାଏ। ହେଲେ ଦ୍ୱିପ୍ରହରର ତେଜ ଖରା ଅପେକ୍ଷା ସକାଳର ହାଲକା ଖରା ଶରୀର ଲାଗି ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଆପଣଙ୍କୁ ଭିଟାମିନ ଡି ମିଳିଥାଏ ଓ ତ୍ୱଚା ସମ୍ବନ୍ଧିତ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଖରା, ବର୍ଷା, ଶୀତ ଯେକୌଣସି ଦିନ ମଧ୍ୟ ବାହାରକୁ ବାହାରିଲେ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।

ପ୍ରଦୂଷଣରୁ ନିଜକୁ ରକ୍ଷା କରନ୍ତୁ

ପ୍ରଦୂଷଣ ଯୋଗୁ ତ୍ୱଚା ସମ୍ବନ୍ଧିତ ବହୁ ରୋଗ ହୋଇଥାଏ। ଧୂଳି ଚେହେରାର ଛୋଟ ଛୋଟ ଛିଦ୍ରରେ ଜମା ହୋଇ ତାହା ବନ୍ଦ ହୋଇଯାଇଥାଏ। ତ୍ୱଚାକୁ ସୁସ୍ଥ ରଖିବା ନିମନ୍ତେ ଏହାର ଛିଦ୍ରକୁ ଖୋଲା ରଖିବା ଜରୁରୀ। ଏହାଦ୍ୱାରା ତ୍ୱଚାକୁ ଅକ୍ସିଜେନ ଓ ଅନ୍ୟାନ୍ୟ ପୋଷଣ ତତ୍ତ୍ୱ ମିଳିଥାଏ। ଏଥିଲାଗି ଧୂଳି ଓ ପ୍ରଦୂଷଣରୁ ରକ୍ଷା ପାଇବା ଲାଗି ବାହାରକୁ ବାହାରିବା ବେଳେ ସବୁବେଳେ ତ୍ୱଚା ଓ ଶରୀରକୁ ଢାଙ୍କି କରି ରଖନ୍ତୁ।

ନମନିୟତା ବଜାୟ ରଖନ୍ତୁ

ତ୍ୱଚାର ନମନିୟତା ବଜାୟ ରଖିବାକୁ ଏହାକୁ ମଶ୍ଚରାଇଜ କରିବା ବହୁତ ଜରୁରୀ। ପର୍ଯ୍ୟାପ୍ତ ପରିମାଣର ନମନିୟତା ନ ମିଳିଲେ ୩୦ ବର୍ଷ ପରେ ତ୍ୱଚାରେ ଭାଙ୍ଗ ଦେଖାଯାଏ। ମଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚା ନରମ ରହିଥାଏ। ଫଳରେ ବୟସର ଛାପ ଶୀଘ୍ର ଆପଣଙ୍କୁ ଛୁଇଁ ପାରି ନ ଥାଏ। ଏଥିଲାଗି ଭଲ ବ୍ରାଣ୍ଡର ମଶ୍ଚରାଇଜର ଚୟନ କରନ୍ତୁ। ଯେଉଁଥିରେ ଭିଟାମିନ ସି ଓ ବାୟୋ ଅଏଲ ମହଜୁଦ ଥିବ। ଏହାବ୍ୟତୀତ ଦିନରେ ଅତି କମ୍‌ରେ ୩ ଲିଟରରୁ ଊର୍ଦ୍ଧ୍ୱ ପାଣି ପିଇବା ଆବଶ୍ୟକ।

ରାତିରେ ବି ନିଅନ୍ତୁ ଯତ୍ନ

୩୦ ପରେ ବି ଯଦି ଆପଣ ତ୍ୱଚାର ଗ୍ଲୋ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ରାତିରେ ବି ଏହାର ଯତ୍ନ ନେବା ଜରୁରୀ। ରାତିରେ ବିଛଣାକୁ ଯିବା ପୂର୍ବରୁ ମେକଅପ ଛଡ଼ାଇବାକୁ ଭୁଲନ୍ତୁ ନାହିଁ। ଏଥିଲାଗି ମୁହଁକୁ ଭଲ ଭାବେ ଧୋଇ ଟୋନରରେ ସଫା କରନ୍ତୁ। ଓଠକୁ ସ୍କ୍ରବିଂ କରନ୍ତୁ ଓ ନାଇଟ୍‌ କ୍ରିମ ଲଗାନ୍ତୁ। ଏହା ସବୁ  ବେଳେ ଫଲୋ କରନ୍ତୁ।

ଆଖିର ରଖନ୍ତୁ ବିଶେଷ ଯତ୍ନ

ବୟସର ଛାପ ସର୍ବପ୍ରଥମେ ଆଖି ଆଖପାଖରେ ଜଣାପଡେ। ଆଖି ତଳ ପାର୍ଶ୍ୱରେ ପ୍ରଥମେ ଭାଙ୍ଗ ପଡ଼ିବା ସହ କଳା ପଡ଼ିବା ଆରମ୍ଭ ହୁଏ। ଆଖି ତଳର ତ୍ୱଚା କ୍ରମଶଃ ନିଜ ବାସ୍ତବିକ ଗ୍ଲୋ ହରାଇବାକୁ ବସେ। ଏଥିଲାଗି ଆଇକ୍ରିମ୍‌ ଲଗାନ୍ତୁ। ଏହାଦ୍ୱାରା ଆଖିପାଖ ଚେହେରା ନମନିୟ ରୁହେ। କମ୍‌ ନିଦ ହେବା ଓ ଆଖିକୁ ବାରମ୍ୱାର ରଗଡ଼ିବା ଯୋଗୁ ଏପରି ସମସ୍ୟା ଦେଖା ଦେଇଥାଏ। ଏଥିଲାଗି ଭରପୁର ନିଦରେ ଶୋଇବା ଜରୁରୀ।



from Odisha Reporter http://bit.ly/2IPJkKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages