ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ଓ ରାଠୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ଓ ରାଠୋର

ଲକ୍ଷ୍ନୌ/ଜୟପୁର: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାଜ୍ୟବର୍ଦ୍ଧନ ରାଠୋର ଆଜି ନିଜ ନିଜ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜନାଥ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ନିଜର ପ୍ରାର୍ଥିପତ୍ର ଭରିଥିବା ବେଳେ ରାଜ୍ୟବର୍ଦ୍ଧନ ରାଠୋର ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି।

ନାମାଙ୍କନ ଦାଖଲ ପୂର୍ବରୁ ଆଜି ରାଜନାଥ ସିଂହ ଏକ ବିଶାଳ ରୋଡ୍‌ ଶୋ’ କରିଥିଲେ। ଏଥିରେ ଶହଶହ ବିଜେପି କର୍ମୀ ଯୋଗଦେଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ରାଜନାଥଙ୍କ ରୋଡ୍‌ ଶୋ’ ଓ ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ, ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଶ୍ରୀ ସିଂହ ରୋଡ୍‌ ଶୋ’ କରିବା ପରେ ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ କୁଶଲ ରାଜ ଶର୍ମାଙ୍କ ଅଫିସରେ ନାମାଙ୍କନ ଦାଖଲ କରିଥିଲେ। ରାଜନାଥ ଦ୍ୱିତୀୟ ଥର ପାଇଁ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ଅନ୍ୟପକ୍ଷରେ ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଏହି ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ଯୋଗଗୁରୁ ବାବା ରାମଦେବ ଓ ପତ୍ନୀ ଗାୟତ୍ରୀ ଉପସ୍ଥିତ ରହିଥିଲେ। ରାଜ୍ୟବର୍ଦ୍ଧନ ରାଠୋର ଦ୍ୱିତୀୟ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।



from Odisha Reporter http://bit.ly/2UlM3wr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages