ଭେଲ୍ଲୋରରେ ଭୋଟ୍‌ଗ୍ରହଣ ବାତିଲ୍ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଭେଲ୍ଲୋରରେ ଭୋଟ୍‌ଗ୍ରହଣ ବାତିଲ୍ ହେଲା

ନୂଆଦିଲ୍ଲୀ: ତାମିଲନାଡ଼ୁର ଭେଲ୍ଲୋରରେ ଭୋଟ୍‌ଗ୍ରହଣକୁ ବାତିଲ କରିବା ପାଇଁ ନିର୍ବାଚନ କମିଶନ୍‌ କରିଥିବା ସୁପାରିସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି। ଫଳରେ ଏହି ଆସନ ପାଇଁ ଭୋଟ୍‌ଗ୍ରହଣ ତାରିଖ ଘୁଞ୍ଚିବା ସ୍ପଷ୍ଟ ହୋଇଛି। ଆସନ୍ତା ଗୁରୁବାର ଅର୍ଥାତ ୧୮ ତାରିଖରେ ଏହି ନିର୍ବାଚନମଣ୍ଡଳୀରେ ମତଦାନ ହେବାର ଥିଲା।

କିନ୍ତୁ ଆୟକର ବିଭାଗ ଏଠାରେ ଡିଏମ୍‌କେ ପକ୍ଷରୁ ପ୍ରାର୍ଥୀ ହୋଇଥିବା କାଥିର ଆନନ୍ଦଙ୍କ ବିଭିନ୍ନ ଠିକଣାରୁ ବୃହତ ପରିମାଣର ନଗଦ ଟଙ୍କା ଜବତ କରିବା ପରେ ଗତ ୧୪ ତାରିଖରେ ନିର୍ବାଚନ କମିଶନ୍‌ ନିର୍ବାଚନ ବାତିଲ କରିବା ପାଇଁ ସୁପାରିସ କରିଥିଲେ। ଗତ ସପ୍ତାହରେ ଏହି ଲୋକସଭା ଆସନରୁ ଡିଏମ୍‌କେ ପ୍ରାର୍ଥୀଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗ ଚଢ଼ଉ କରିବା ପରେ ତାଙ୍କ ନାମରେ ଏଫ୍‌ଆଇଆର ମଧ୍ୟ ରୁଜୁ କରାଯାଇଛି।

କାଥିର ଡିଏମ୍‌କେର କୋଷାଧ୍ୟକ୍ଷ ଦୁରାଇ ମୁରୁଗାନ୍‌ଙ୍କ ପୁଅ। ତାଙ୍କର ବିଭିନ୍ନ ଠିକଣାରୁ ଆୟକର ବିଭାଗ କୋଟି କୋଟି ଟଙ୍କା ଜବତ କରିଛି। ଏପରିକି ତାଙ୍କର ଜଣେ ସହଯୋଗୀ ପୁଞ୍ଜୋଲାଇ ଶ୍ରୀନିବାସନ୍‌ଙ୍କ ସିମେଣ୍ଟ ଗୋଦାମରୁ ମଧ୍ୟ ବଡ଼ ଧରଣର ନଗଦ ଟଙ୍କା ଜବତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଡିଏମ୍‌କେ ଚଳିତ ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ କରିଛି ଏବଂ ଗତ କିଛି ଦିନ ତଳେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ଏହି ମେଣ୍ଟର କିଛି ସମର୍ଥକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବୃଦ୍ଧ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ।



from Odisha Reporter http://bit.ly/2ZeLhVL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages