ମସଜିଦ୍‌ରେ ମହିଳା ପ୍ରବେଶ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ମସଜିଦ୍‌ରେ ମହିଳା ପ୍ରବେଶ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟରେ ଆଗତ ଆବେଦନର ଶୁଣାଣି ହେବ। ଆଜି ସୁପ୍ରିମକୋର୍ଟ ଏ ସଂକ୍ରାନ୍ତର ଆବେଦନକୁ ଗ୍ରହଣ କରିବା ସହ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ପଠାଇଛନ୍ତି।

ଗତକାଲି ମହାରାଷ୍ଟ୍ରର ଏକ ମୁସଲିମ ଦମ୍ପତି ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ସହ ସେଠାରେ ପ୍ରାର୍ଥନା କରିବାକୁ ଅନୁମତି ଦେବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା।

ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କୁ କହିଥିଲେ ଯେ, “ନିକଟରେ ଆମେ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେଇଥିଲୁ। ସେହି ଆଧାରରରେ ଆପଣଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛୁ। ସାବରୀମାଲା ପ୍ରସଙ୍ଗ କଥା ଆପଣ ଉଠାଇଥିବାରୁ, ଖାସ୍‌ ସେହି କାରଣ ପାଇଁ ଆମେ ଆପଣଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରୁଛୁ।”

ଖଣ୍ଡପୀଠ ଆହୁରି ପ୍ରଶ୍ନ କରିଥିଲେ ଯେ “କ’ଣ ଆବେଦନକାରୀ କୌଣସି ମସଜିଦ୍‌ରେ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ସେମାନଙ୍କୁ ଅଟକା ଯାଇଥିଲା କି?”

ମହାରାଷ୍ଟ୍ରରେ ରହୁଥିବା ୟସମିଜ ଜୁବେର ଅହମ୍ମଦ ପୀରଜାଦା ଓ ଜୁବେର ଅହମଦ ପୀରଜାଦା ଗତକାଲି ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ମିଳିବା ଦରକାର ବୋଲି ଦାବି କରିଥିଲେ। ମସଜିଦ୍‌ରେ କାହିଁକି ଲିଙ୍ଗଗତ ଭେଦଭାବ ରହିବ ବୋଲି ସେମାନେ ପ୍ରଶ୍ନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେମାନେ ଆବେଦନରେ ଦର୍ଶାଇଥିଲେ ଯେ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଇବା ଅସାମ୍ବିଧାନିକ। ଏହା ଭାରତୀୟ ସମ୍ବିଧାନର ଧାରା ୧୪,୧୫,୨୧,୨୫ ଓ ୨୯ରୁ ଉଲ୍ଲଙ୍ଘନ କରୁଛି। ବର୍ତ୍ତମାନ ଜମାତ-ଏ-ଇସଲାମୀ ଓ ମୁଜାହିଦ ବର୍ଗ ଅଧୀନରେ ଆସୁଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଲାଗି ଅନୁମତି ରହିଛି। କିନ୍ତୁ ଅନ୍ୟାନ୍ୟ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଆସିଛି।

ସ୍ମରଣଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୮ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେଇଥିଲେ।



from Odisha Reporter http://bit.ly/2VVfW8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages