ସୁରଙ୍କୁ ଅନୁକମ୍ପା, ହେଲେ ବିଭୂତି ଆଉ ଲୁଲୁଙ୍କୁ ସାହା ଦଳୀୟ କ୍ରେଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ସୁରଙ୍କୁ ଅନୁକମ୍ପା, ହେଲେ ବିଭୂତି ଆଉ ଲୁଲୁଙ୍କୁ ସାହା ଦଳୀୟ କ୍ରେଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ଅଧୀନ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ରାଜନୀତି ରୋଚକ ମୋଡରେ ପହଞ୍ଚିଛି। ବିଜେପି ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ନୂଆକରି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଆଉ ବିଜେଡି ରିପିଟ୍‌ କରିଛି ପ୍ରାର୍ଥୀ। କଂଗ୍ରେସ ପାଇଁ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଓ ବିଜେଡି ପାଇଁ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ହୋଇଛନ୍ତି ମଙ୍ଗୁଆଳ। ହେଲେ ଭୋଟର କାହା ପଟକୁ ଢଳିବେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଏହା ସ୍ପଷ୍ଟ ହେବ। ଏଥର ନିର୍ବାଚନରେ ଅନୁକମ୍ପା ଭୋଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇପାରେ।

କଂଗ୍ରେସ: ଏକଦା କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀରେ ସୁରଙ୍କ ଦବଦବା ଥିଲା। ସେ କଂଗ୍ରେସ ସରକାର ସମୟରେ ଏକାଧିକ ଥର ବିଜୟୀ ହୋଇ ବିଧାନସଭାରେ ଜଟଣୀକୁ ପ୍ରତିନିଧିତ୍ୱ କରିଥିଲେ। ଏପରିକି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମଧ୍ୟ ସମ୍ଭାଳିଥିଲେ। ସୁରେଶ ସର୍ବାଧିକ ଥର ଜଟଣୀ ବିଧାୟକ ଭାବେ ୫ ଥର ନିର୍ବାଚିତ ହୋଇଛନ୍ତି।

ହେଲେ କାଳକ୍ରମେ ରାଜ୍ୟ କଂଗ୍ରେସ ଧୀରେ ଧୀରେ ନିଷ୍ପ୍ରଭ ହେଉଥିବା ବେଳେ ସତ୍ତାଧର ହେଲା ବିଜେଡି। ସୁରଙ୍କ ଗଡ଼ରେ ଅଣକଂଗ୍ରେସ ବିଧାୟକ ଭାବେ ପ୍ରଥମେ ଗାଦି ହାତେଇଲେ ଶରତ ପାଇକରାୟ। ପ୍ରଥମେ ଜନତା ଦଳରୁ ଓ ପରେ ବିଜେଡିରୁ ସେ ହେଲେ ବିଧାୟକ। ତାଙ୍କ ପରେ ବିଭୁତି ବଳବନ୍ତରରୟ ଓ ଭାଗିରଥୀ ବଡ଼ଜେନା ହେଲେ ବିଧାୟକ।

କିନ୍ତୁ ସୁର ଜଟଣୀର ପୁରୁଖା ରାଜନେତା ଭାବେ ଗାଁ ଗାଁରେ ନିଜର ଲୋକପ୍ରିୟତା ଆଜି ବି ବଜାଏ ରଖିଛନ୍ତି। ଏଣୁ ଏଥର ନିର୍ବାଚନ ହେଲେ ସୁର ନିଜ ପୂର୍ବ ଗୌରବ ଫେରାଇବାକୁ ଫୁଲ୍‌ ଦମ୍‌ରେ ଲାଗିଛନ୍ତି। ଆଉ ଏଥର ତାଙ୍କ ଅସ୍ତ ହେଉଛି ଶେଷ ଭିକ୍ଷା। ବାସ୍ତବରେ ଏହାପରେ ଆଉ କେବେ ନିର୍ବାଚନ ଲଢିବେ ନାହିଁ ବୋଲି ସୁର କହିଛନ୍ତି । ଏଣୁ ଶେଷଥର ପାଇଁ ଜଟଣୀ ଜନତା ତାଙ୍କୁ ସେବା କରିବାର ସୁଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି।

ବିଜେଡି: ଲଗାଦାର ୨ଟି ପାଳି ସୁର ବିଜେଡି ପ୍ରାର୍ଥୀଙ୍କଠାରୁ ହାରିଛନ୍ତି। ୨୦୦୯ରେ ବିଧାୟକ ବିଭୂତି ବଳବନ୍ତରାୟଙ୍କଠାରୁ ଓ ୨୦୧୪ରେ ବିଧାୟକ ଭାଗିରଥି ବଡ଼ଜେନାଙ୍କଠାରୁ ପରାସ୍ତ ହୋଇଥିଲେ ସୁର। ଏଣୁ ଏଥର ବିଜେଡି ଦବଦବା ବଜାଏ ରଖିବାକୁ ବିଭୂତିଙ୍କ ଉପରେ ସମସ୍ତ ଦାୟିତ୍ୱ। ସତ କହିବାକୁ ଗଲେ ଏଠି ସେ ହେଉଛନ୍ତି ବିଜେଡିର ନାକ। ତାଙ୍କ ବିଜୟ ନ ହେଲେ ଏଠି ବିଜେଡିର ଟେକ ରହିବନି। ବିଭୂତି ଜଣେ ଟାଣୁଆ ନେତା ଭାବେ ଜଟଣୀରେ ବିଜେଡି ସଙ୍ଗଠନକୁ ସୁଦୃଢ କରି ରଖିଛନ୍ତି। ଏଣୁ ଜନତା ତାଙ୍କ ସପକ୍ଷରେ ନ ଯିବେ ତାହା କହିବା ମଧ୍ୟ ଭୁଲ୍‌ ହେବ।

ବିଜେପି: ୨୦୧୯ରେ ହିଁ ଜଣାପଡିବ ଜଟଣୀରେ ବିଜେପି ସଙ୍ଗଠନ କେତେ ସୁଦୃଢ। କାରଣ ଏହି ଦଳରୁ ଟିକେଟ ଆଶାୟୀଙ୍କ ସଂଖ୍ୟା ଏଥର ସବୁଠାରୁ ଅଧିକ ଥିଲା। ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ଟିକେଟ ମିଳିଥିଲେ ବି ଅସନ୍ତୁଷ୍ଟ ହୋଇଥିଲେ ଦଳର ବହୁ ପୁରୁଖା ଓ ସଙ୍ଗଠନ ବଞ୍ଚାଇଥିବା ନେତା। ଏଣେ ମୋଦି ହାୱା ଯଦି ଏଠାରେ ଭଲ କାମ ଦେଲା ତେବେ ବିଜୟ ବାନା ଉଡାଇବାକୁ ବଡ଼ଜେନାଙ୍କୁ ବେଶି ସମୟ ଲାଗିବନି।



from Odisha Reporter http://bit.ly/2Di28h1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages