ସାଧ୍ୱୀଙ୍କ ବୟାନକୁ ଆଇପିଏସ୍‌ ସଂଘର ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ସାଧ୍ୱୀଙ୍କ ବୟାନକୁ ଆଇପିଏସ୍‌ ସଂଘର ନିନ୍ଦା

ନୂଆଦିଲ୍ଲୀ: ପୂର୍ବତନ ଏଟିଏସ୍‌ ମୁଖ୍ୟ ତଥା ମୁମ୍ବାଇ ଆକ୍ରମଣରେ ସହିଦ ବରିଷ୍ଠ ଆଇପିଏସ୍‌ ହେମନ୍ତ କରକରେଙ୍କୁ ଅମପାନିତ କରିବା ଭଳି ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଦେଇଥିବା ବୟାନକୁ ଆଇପିଏସ୍‌ ସଂଘ ଦୃଢ଼ ନିନ୍ଦା କରିଛି।

ସଂଘ ପକ୍ଷରୁ ଆଜି ହୋଇଥିବା ଟ୍ୱିଟରେ ସାଧ୍ୱୀଙ୍କ ନାଁ ନିଆଯାଇ ନାହିଁ। କିନ୍ତୁ ସଂଘ ପକ୍ଷରୁ କୁହାଯାଇଛି ଯେ “ଅଶୋକ ଚକ୍ର ପାଇଥିବା ଦିବଂଗତ ହେମନ୍ତ କରକାରେ ଦେଶ ପାଇଁ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ପ୍ରାଣ ବଳିଦାନ ଦେଇଛନ୍ତି। ଜଣେ ପ୍ରାର୍ଥୀ ତାଙ୍କ ବିରୋଧରେ ଦେଇଥିବା ବୟାନକୁ ଆମେ ସମସ୍ତେ ନିନ୍ଦା କରୁଛୁ। ସହିଦ ହେଉଥିବା ଲୋକଙ୍କ ପ୍ରତି ସମସ୍ତେ ସମ୍ମାନ କରନ୍ତୁ।”

ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ଆଜି ହେମନ୍ତ କରକରେଙ୍କ ବଳିଦାନକୁ ତାଙ୍କ କୁକର୍ମର ଫଳ ବୋଲି କହିଥିଲେ। ଏଥିସହ ତାଙ୍କୁ ହେମନ୍ତ ବେଆଇନ୍‌ ଭାବେ ଗିରଫ କରିଥିଲେ। ଏହି କାରଣ ପାଇଁ ସେ ହେମନ୍ତଙ୍କ ସର୍ବନାଶ ହେବ ବୋଲି ଅଭିଶାପ ଦେଇଥିଲେ। ଏହି ଅଭିଶାପ ଯୋଗୁ ଆତଙ୍କବାଦୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସାଧ୍ୱୀ କହିଥିଲେ।



from Odisha Reporter http://bit.ly/2IHzKZl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages