କାଉଣ୍ଟି ଖେଳିବା ପାଇଁ ବିସିସିଆଇ ଅନୁମତି ଲୋଡ଼ିଲେ ରାହାଣେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

କାଉଣ୍ଟି ଖେଳିବା ପାଇଁ ବିସିସିଆଇ ଅନୁମତି ଲୋଡ଼ିଲେ ରାହାଣେ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ବିରାଟ କୋହଲି ଚଳିତ ବର୍ଷ ଜୁନ୍ ଓ ଜୁଲାଇ ଅଧା ପର୍ଯ୍ୟନ୍ତ କାଉଣ୍ଟି କ୍ଲବ୍ ହାମ୍ପଶାୟାର ପକ୍ଷରୁ ଖେଳିବା ପାଇଁ ବିସିସିଆଇର ଅନୁମତି ଲୋଡିଛନ୍ତି। ରାହାଣେ ଏହି ସମ୍ବନ୍ଧରେ ବିସିସିଆଇକୁ ଏକ ଇମେଲ ପଠାଇଛନ୍ତି, ଯାହାକୁ ବୋର୍ଡ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)କୁ ଫରୱାର୍ଡ କରିଛି।

ରାହାଣେଙ୍କ ଅନୁଯାୟୀ, ହାମ୍ପଶାୟାର ପକ୍ଷରୁ ଚାରିଦିନିଆ ମ୍ୟାଚ୍ ଖେଳିବା ପାଇଁ ବୋର୍ଡ ତାଙ୍କୁ ଅନୁମତି ଦେଉ। ଏ ନେଇ ବୋର୍ଡର ଜଣେ ସିନିୟର ଅଧିକାରୀ କହିଛନ୍ତି, ରାହାଣେଙ୍କୁ କାଉଣ୍ଟି ଖେଳିବା ପାଇଁ ଅନୁମତି ମିଳିବାରେ କୌଣସି ଅସୁବିଧା ନାହିଁ। ଗତବର୍ଷ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲିଙ୍କୁ ମଧ୍ୟ ସରେ ପକ୍ଷରୁ ଖେଳିବା ପାଇଁ ଅନୁମତି ମିଳିଥିଲା।

ତା’ ଛଡ଼ା ଚେତେଶ୍ୱର ପୂଜାରା ଓ ଈଶାନ୍ତ ଶର୍ମା ମଧ୍ୟ କାଉଣ୍ଟି କ୍ରିକେଟ୍ ଖେଳିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ତେଣୁ କାଉଣ୍ଟିରେ ରାହାଣେଙ୍କ ଖେଳିବା ନେଇ କୌଣସି ସମସ୍ୟା ନାହିଁ। ଏହାଛଡ଼ା ରାହାଣେ ବର୍ତ୍ତମାନ ବିଶ୍ୱକପ୍ ଟିମର ସଦସ୍ୟ ନାହାନ୍ତି, ତେଣୁ ସେ କାଉଣ୍ଟି ଖେଳିପାରିବେ ବୋଲି ଅଧିକାରୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ, ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ ପାଇଁ ରାହାଣେ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି।



from Odisha Reporter http://bit.ly/2GvSFEY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages