ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଲେ ବଲିଉଡ୍‌ ତାରକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଲେ ବଲିଉଡ୍‌ ତାରକା

ମୁମ୍ବାଇ: ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଆଜି ପୂରା ବଲିଉଡ୍‌ ସାମିଲ ହୋଇ ପରବର୍ତ୍ତୀ ସରକାର ପାଇଁ ଭୋଟ୍‌ ଦେଇଛି। ଆଜି ମୁମ୍ବାଇର ୬ଟି ଲୋକସଭା ଆସନ ପାଇଁ ଭୋଟ୍‌ ଶେଷ ହୋଇଛି। ତେଣୁ ବି-ଟାଉନ୍‌ର ସେଲେବ୍ରିଟିମାନେ ସାଧାରଣ ଭୋଟ୍‌ରଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ସଲମାନ ଖାନ୍‌ ଓ ଶିଳ୍ପପତି ଅନୀଲ ଅମ୍ବାନୀ ରହିଛନ୍ତି।

ସେଲେବ୍ରିଟିଙ୍କ ମଧ୍ୟରୁ ପ୍ରଥମେ ରେଖା ଓ ପ୍ରିୟଙ୍କା ଚୋପ୍ରା ଭୋଟ୍‌ ଦେଇଥିଲେ। ଏହାପରେ ଅଭିନୟ ଜଗତରୁ କଂଗ୍ରେସ ନେତ୍ରୀ ହୋଇଥିବା ଉର୍ମିଲା ମାତୋଣ୍ଡକର ଭୋଟ ଦେଇଥିଲେ। ସେ କଂଗ୍ରେସ ଟିକେଟ୍‌ରୁ ଉତ୍ତର ମୁମ୍ବାଇରୁ ନିର୍ବାଚନ ଲଢ଼ୁଛନ୍ତି। ଭୋଟଦାନ ପରେ ପ୍ରିୟଙ୍କା ଟ୍ୱିଟରରେ ଫଟୋ ଛାଡ଼ି ସମସ୍ତଙ୍କୁ ଭୋଟ ଦେବାକୁ କହିଛନ୍ତି। ସେହିପରି ମାଧୁରୀ ଦୀକ୍ଷିତ ଝୁହୁ ସ୍ଥିତ ବୁଥକୁ ଯାଇ ଭୋଟ ଦେଇଛନ୍ତି।

ଆମୀର ଖାନ୍‌ ଓ ତାଙ୍କ ପତ୍ନୀ କିରଣ ରାଓ ବାନ୍ଦ୍ରା ଠାରେ ଥିବା ସେଣ୍ଟ ଆନ୍ ହାଇସ୍କୁଲକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିବା ବେଳେ ମଧ୍ୟାହ୍ନ ସମୟରେ ବଚ୍ଚନ ପରିବାର ଝୁହୁ ସ୍ଥିତ ବୁଥକୁ ଯାଇ ଭୋଟ୍‌ ଦେଇଛନ୍ତି।

ଅମିତାଭ ବଚ୍ଚନ, ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକାଠି ଯାଇ ଭୋଟ ଦେଇଛନ୍ତି। ଅଭିନେତା ଅଜୟ ଦେବଗାନ ପତ୍ନୀ କାଜୋଲଙ୍କ ସହ ଭୋଟ ଦାନ କରିଛନ୍ତି। ପରେଶ ରାୱଲ ନିଜ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି। ବିଜେପିର ସମର୍ଥକ ଅନୁପମ ଖେର ମଧ୍ୟ ଭୋଟ ଦେଇ ସୋଶାଲ୍‌ ମିଡିଆରେ ସମସ୍ତଙ୍କୁ ଭୋଟ ଦେବାକୁ କହିଛନ୍ତି।

ମଧ୍ୟାହ୍ନ ପୂର୍ବରୁ କରିନା କପୁର ଓ କଙ୍ଗନା ରାୱତ ମଧ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ବ୍ୟତୀତ ବରୁଣ ଧୱନ, ସଲମାନ ଖାନ୍‌, ବିଦ୍ୟା ବାଲାନ,  ଶାହାରୁଖ ଖାନ, ପତ୍ନୀ ଗୌରୀ ଖାନ, ରଣବୀର ସିଂହ, ଆର ମାଧବନ, ବିବେବ ଓବରାୟ, ପ୍ରକାଶ ଝା, ସୁବାଷ ଘାଇ ଓ ରଣବୀର କପୁର ଭୋଟ ଦେଇଛନ୍ତି।

ଅନ୍ୟପକ୍ଷରେ ଶିଳ୍ପପତି ଅନୀଲ ଅମ୍ବାନି ଡିଜି ସୋମାନି ସ୍କୁଲରେ ଭୋଟ୍ ଦେଇଥିବା ବେଳେ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଟାଟା ସନ୍ସସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ର ଶେଖରନ୍‌ ଓ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ପ୍ରମୁଖ ଆଜି ମୁମ୍ବାଇରେ ଭୋଟ୍‌ ଦେଇଛନ୍ତି।



from Odisha Reporter http://bit.ly/2DFf40y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages