
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଷ୍ଟ୍ରେଲୀୟ ପେସ୍ ବୋଲର ଜେସନ୍ ବେହରେନଡର୍ଫ ଆଇପିଏଲ୍ ଛାଡ଼ି ସ୍ୱଦେଶ ଫେରିଯାଇଛନ୍ତି। ଆସନ୍ତାମାସରେ ଇଂଲଣ୍ଡରେ ହେବାକୁଥିବା ୱାର୍ଲ୍ଡ କପ୍ ପୂର୍ବରୁ ଜାତୀୟ ଟିମର ଶିବିରରେ ଯୋଗଦେବା ପାଇଁ ସେ ସ୍ୱଦେଶ ଫେରିଛନ୍ତି।
ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ଆଉ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବା ପରେ ଅଷ୍ଟ୍ରେଲିଆ ଫେରିଯିବେ। ଅନ୍ୟପକ୍ଷରେ ମାର୍କସ୍ ଷ୍ଟୋଇନିସ୍ ମଧ୍ୟ ମେ’ ୨ରେ ହେବାକୁଥିବା ଶିବିର ପାଇଁ ସ୍ୱଦେଶ ଫେରିବେ। ପେସର ବେହରେନଡର୍ଫ ଅଷ୍ଟ୍ରେଲିଆ ଓ ପାକିସ୍ତାନ ସିରିଜ୍ ଶେଷ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଥିଲେ।
ସେ ଟ୍ୱିଟ୍ ଯୋଗେ ସ୍ୱଦେଶ ଫେରିବା ନେଇ ଘୋଷଣା କରିଛନ୍ତି। ଏହି ବାମହାତୀ ପେସ୍ ବୋଲର ଜଣକ ଚଳିତ ଆଇପିଏଲରେ ୫ଟି ମ୍ୟାଚ୍ ଖେଳି ୧୬୫ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି। ମୁମ୍ବାଇ ଏପର୍ଯ୍ୟନ୍ତ ୧୨ ମ୍ୟାଚ୍ ଖେଳି ୭ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି।
from Odisha Reporter http://bit.ly/2Wc9tGz
No comments:
Post a Comment