
ମୁମ୍ବାଇ: ବଲିଉଡ୍ ବାଦ୍ଶାହ ଶାହାରୁଖ ଖାନ୍ଙ୍କୁ ଅଭିନୟ ଜଗତରେ ସୁବର୍ଣ୍ଣ ସୁଯୋଗ ଦେଇଥିବା ନିର୍ଦ୍ଦେଶକ କର୍ଣ୍ଣେଲ୍ ରାଜ୍ କପୁରଙ୍କ ପରଲୋକ ହୋଇଯାଇଛି। ରାଜ୍ କପୁର୍ ୧୯୮୮ ମସିହାରେ ଆସିଥିବା ସୁପର୍ହିଟ୍ ଟିଭି ଶୋ’ “ଫୌଜୀ”ର ନିର୍ଦ୍ଦେଶନା ଦେଇଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୀର୍ଘ ଦିନ ହେବ ପୀଡ଼ିତ ଥିଲେ। ଗତ ବୁଧବାର ୮୭ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଯାଇଛି।
ରାଜ୍ କପୁର୍ଙ୍କ ଝିଅ ରିତାମ୍ବରା ସମ୍ବାଦ ସରବରାହ ସଂସ୍ଥା IANSକୁ ଏହି ଖବର ଦେଇଛନ୍ତି। ସେ କହିଛନ୍ତି ଯେ, ବାପାଙ୍କର ବୁଧବାର ରାତି ୧୦ଟା ୧୦ ମିନିଟ୍ରେ ମୃତ୍ୟୁ ହୋଇଥିଲା। ତାଙ୍କ ଝିଅ ଫେସ୍ବୁକ୍ରେ ମଧ୍ୟ ଏକ ପୋଷ୍ଟ କରି ବାପାଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ଗତ ଗୁରୁବାର କର୍ଣ୍ଣେଲ୍ ରାଜ୍ କପୁରଙ୍କ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆର୍ମିରୁ ଅବସର ନେଲା ପରେ ସେ ଫିଲ୍ମରେ କାମ କରିବାକୁ ମୁମ୍ବାଇ ଆସିଥିଲେ। ସେ ଅନେକ ଟିଭି ସିରିଏଲ୍ର ନିର୍ଦ୍ଦେଶନା ଦେବା ସହ ବହୁବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। କିଛି ବର୍ଷ ପୂର୍ବରୁ ସେ ଏକ ଉପନ୍ୟାସ ମଧ୍ୟ ଲେଖିଥିଲେ, ଯାହାର ନାମ “When Shiva Smiles” ।
ତେବେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କୁ ସେ ଅଭିନୟ ଜଗତରେ ସେ ସବୁଠୁ ବଡ଼ ବ୍ରେକ୍ ଦେଇଥିଲେ। କିନ୍ତୁ ସେ, କେବେ ଏହା ସ୍ୱୀକାର କରିନ ଥିଲେ ଯେ, ଶାହାରୁଖ ଖାନ୍ଙ୍କୁ ସେ ଅଭିନେତା କରିଥିଲେ।

ସେ ସମର୍ ଖାନ୍ ଙ୍କ ବହି “SRK- 25 Years of a life”ରେ ଶାହାରୁଖ୍ଙ୍କ ବିଷୟରେ କହିଥିଲେ। ସେ ଲେଖିଥିଲେ ଯେ, ଶାହାରୁଖ୍ଙ୍କୁ ତାଙ୍କ ବାପା ମାଆ ତିଆରି କରିଛନ୍ତି। ମୁଁ କିଛି କରିନାହିଁ। ମୁଁ ତାଙ୍କୁ ସୁପର୍ଷ୍ଟାର୍ କରିନାହିଁ। ମୁଁ କେବଳ ତାଙ୍କୁ ଚାକିରି କରିବା ପାଇଁ ଉପଯୁକ୍ତ ଭାବି ସୁଯୋଗ ଦେଇଥିଲି। ସେ ତାଙ୍କ ଜୀବନରେ ପୂର୍ବରୁ ବା ପରେ କ’ଣ ହୋଇଛନ୍ତି, ସେଥିରେ ମୋର କିଛି ଯାଏ ଆସେ ନାହିଁ।
from Odisha Reporter http://bit.ly/2v02vrU
No comments:
Post a Comment