ଟିମସିକୁ ଭୋଟ ଦେଲେନି ବୋଲି ପତ୍ନୀଙ୍କ ମୁହଁରେ ଏସିଡ ଢାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଟିମସିକୁ ଭୋଟ ଦେଲେନି ବୋଲି ପତ୍ନୀଙ୍କ ମୁହଁରେ ଏସିଡ ଢାଳିଦେଲେ

କୋଲକାତା: ସାଧାରଣ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟର ଶାସକ ଦଳ ଟିଏମସି ବିରୋଧରେ ଅଧିକ ଅଭିଯୋଗ ଆସୁଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମୁର୍ଶିଦାବାଦ ଲୋକସଭା ଆସନର ଜଣେ ମହିଳା ଭୋଟର ଟିଏମସିକୁ ଭୋଟ ଦେଇନଥିଲେ। ପରିଣାମସ୍ୱରୂପ ମହିଳାଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ମହିଳାଙ୍କ ମୁହଁରେ ଏସିଡ୍ ଢାଳି ଦେଇଥିବା ଜଣାପଡ଼ିଛି।
 
ଏସିଡ ଢାଳିଥିବା ବ୍ୟକ୍ତି ଜଣଙ୍କ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେ ତାଙ୍କ ଭୋଟ କଂଗ୍ରେସକୁ ଦେଇଥିବାରୁ  ମହିଳାଙ୍କ ସ୍ୱାମୀ ଏପରି ନୃଶଂସ କାଣ୍ଡ କରିଥିବା ଜଣାପଡ଼ିଛି। ଏସିଡ ଢାଳିବା ପରେ ମଧ୍ୟ ପତ୍ନୀଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପୁଅ। ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 


from Odisha Reporter http://bit.ly/2V3PGww

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages