ତିହାରରେ ନେତା ସାଜିଛି ଆତଙ୍କୀ ୟାସିନ ଭଟ୍ଟକଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ତିହାରରେ ନେତା ସାଜିଛି ଆତଙ୍କୀ ୟାସିନ ଭଟ୍ଟକଲ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନର ସଦସ୍ୟ ୟାସିନ୍‌ ଭଟ୍ଟକଲ ଏବେ ତିହାର ଜେଲ୍‌ରେ ବନ୍ଦୀମାନଙ୍କ ନେତା ସାଜିଛି। ୨୦୧୩ରେ ସେ ଗିରଫ ହେବା ପୂର୍ବରୁ କାଲିଫେଟ୍‌ ଗଠନ ପାଇଁ ଦାବି କରୁଥିଲା।

ଏହି ଗିରଫଦାରୀର ୩ ବର୍ଷ ପରେ ତାକୁ ମୃତ୍ୟୁଦଣ୍ଡ ମିଳିଛି। ହେଲେ ଏବେ ସେ ଜେଲ୍‌ରେ କଏଦୀମାନେ କେମିତି ଭଲରେ ଜୀବନ ଅତିବାହିଁତ କରିବେ, ସେଥିପାଇଁ ଦାବି କରି ଆନ୍ଦୋଳନ ଚଳାଇଛି। ଜେଲ୍‌ରେ ଇଣ୍ଡକସନ୍‌ କୁକରର ବ୍ୟବହାର ପାଇଁ ସେ ଗତ ସପ୍ତାହରେ ୨ ଦିନ ଅନଶନ କରିଥିଲା। ପୂର୍ବରୁ ଜେଲ୍‌ କର୍ତ୍ତୃପକ୍ଷ କେବଳ ଡିସେମ୍ବର ଏବଂ ପାରଦ ହ୍ରାସ ପାଇଲେ କଏଦୀମାନଙ୍କୁ ଗରମ ପାଣି ଓ କ୍ଷୀର ଗରମ କରିବାକୁ ଇଣ୍ଡକସନ୍‌ କୁକରର ବ୍ୟବହାର କରିବାକୁ ଅନୁମତି ଦେଉଥିଲେ।

ତେବେ କଏଦୀମାନେ ଏହି ଇଣ୍ଡକସନ୍‌ କୁକରରେ ନିଜ ଇଚ୍ଛାରେ ରୋଷେଇ କରୁଥିବା ଜଣାପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ବିରୋଧରେ ଭଟ୍ଟକଲ ଆନ୍ଦୋଳନ କରୁଥିଲା।

ଭଟ୍ଟକଲ ଜେଲ୍‌ରେ ରହି ଦିଲ୍ଲୀର ଗାଙ୍ଗଷ୍ଟର ରବି କପୁର ସହ ବନ୍ଧୁତା ମଧ୍ୟ କରିଛି। ଏବେ ଭଟ୍ଟକଲ ସହ କିଛି କଏଦୀ ମିଶି ଆନ୍ଦୋଳନ କରିବା ସହ ଅନଶନ କରିଥିଲେ। ତେବେ କିଛି ଦିନ ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ଭଟ୍ଟକଲ ଆନ୍ଦୋଳନ ଜାରି ରଖିଥିଲା। ଶେଷରେ ସେ ମଧ୍ୟ ଅନଶନ ବନ୍ଦ କରିଛି।

ଭଟ୍ଟକଲର ପୂରା ନାଁ ମହମ୍ମଦ ଅହମଦ ସିଦ୍ଦାବାପ୍ପା। ତା’ ଘର କର୍ଣ୍ଣାଟକାର ଭଟ୍ଟକଲ ଟାଉନ୍‌ରେ। ୨୦୧୬ରେ ତାକୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ହାଇଦ୍ରାବାଦ୍‌ର ଡିକସୁକ ନଗରରେ ଘଟିଥିବା ବିସ୍ଫୋରଣ ଘଟଣାରେ ଭଟ୍ଟକଲ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହିଁ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2UIYlzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages