ନିର୍ବାଚନ: ଟ୍ୱିଟରରେ ମୁଖ୍ୟ ପ୍ରସଙ୍ଗ ’ଜାତୀୟ ସୁରକ୍ଷା’ ଏବଂ ‘ଧର୍ମ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ନିର୍ବାଚନ: ଟ୍ୱିଟରରେ ମୁଖ୍ୟ ପ୍ରସଙ୍ଗ ’ଜାତୀୟ ସୁରକ୍ଷା’ ଏବଂ ‘ଧର୍ମ’

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣରେ ୧୮ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ଏହାକୁ ନେଇ ମୁଖରିତ ହେଉଛି ସୋଶାଲ ମିଡିଆ। ତେବେ ଆଜିର ମୁଖ୍ୟ ହ୍ୟାଶ୍‌ଟ୍ୟାଗ୍ #LokSabhaElections2019 ବ୍ୟବହାର କରି ୪୫ ମିଲିଅନ୍‌ରୁ ଅଧିକ ଲୋକ ଟ୍ୱିଟ୍‌ କରିଥିବା ଜଣାପଡ଼ିଛି।

ଗତ ଏକ ମାସରେ ଟ୍ୱିଟର ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଥିବା ବିଷୟବସ୍ତୁ ବାବଦରେ ମଧ୍ୟ ଏହି ତଥ୍ୟରୁ ଜଣାପଡ଼ିଛି। ଏହି ସମୟରେ ମୁଖ୍ୟ ବିଷୟ ବସ୍ତୁ ନ୍ୟାସନାଲ ସିକ୍ୟୁରିଟି ବା ଜାତୀୟ ସୁରକ୍ଷା ଥିଲା। ଏହା ପରେ ରିଲିଜିଅନ୍‌ ବା ଧର୍ମ, ଜବ୍ସ ବା ନିଯୁକ୍ତି ଓ ରୋଜଗାର, ଏଗ୍ରିକଲଚର ବା କୃଷି ଏବଂ ଟ୍ୟାକ୍ସେସ୍‌ ଆଣ୍ଡ ଟ୍ରେଡ୍‌ ବା ଟିକସ ଓ ବ୍ୟବସାୟ ଆଦି ପ୍ରସଙ୍ଗ ଥିଲା।


ଟ୍ୱିଟର ପ୍ଲାଟଫର୍ମରୁ ଜଣାପଡ଼ିଛି ବିଶ୍ୱର ସବୁଠାରୁ ବଡ଼ ଏହି ନିର୍ବାଚନ ସମୟରେ ସବୁଠାରୁ ଅଧିକ ଟ୍ୱିଟରେ ଉଲ୍ଲେଖ ହୋଇଥିବା ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ପଛକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଛନ୍ତି। ରାହୁଲଙ୍କ ପରେ ଏହି ତାଲିକାରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଛନ୍ତି।

ଏହି ନିର୍ବାଚନୀ ଋତୁରେ ନିର୍ବାଚନର ତାରିଖ ଘୋଷଣା ଦିନ ଏବଂ ଆଜି ଅର୍ଥାତ ଭୋଟ୍‌ ଗ୍ରହଣର ପ୍ରଥମ ଦିନ ବେଶ୍‌ କିଛି ବ୍ୟବହାରକାରୀ ସକ୍ରିୟ ଥିଲେ। ଏହାର ବ୍ୟତୀତ ବିଜେପିର ‘ମୈ ଭି ଚୌକିଦାର’ ଏବଂ କଂଗ୍ରେସର ‘ନ୍ୟୁନତମ ଆୟ ଯୋଜନା’ ଘୋଷଣାକୁ ନେଇ ମଧ୍ୟ ବୃହତ୍‌ ସଂଖ୍ୟାରେ ବ୍ୟବହାରକାରୀ ମତ ରଖିଥିଲେ।



from Odisha Reporter http://bit.ly/2DaBbMf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages