ଦୁର୍ବ୍ୟବହାର କରୁଥିବା ଯୁବକଙ୍କୁ ଏମିତି ସେକିଲେ ଖୁସ୍‌ବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଦୁର୍ବ୍ୟବହାର କରୁଥିବା ଯୁବକଙ୍କୁ ଏମିତି ସେକିଲେ ଖୁସ୍‌ବୁ

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସିଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଦୁର୍ବ୍ୟବହାର କରୁଥିବା ଜଣେ ଯୁବକଙ୍କୁ ସେ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଏହି ଦୃଶ୍ୟ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି,ଖୁସ୍‌ବୁ ନିର୍ବାଚନୀ ପରିବେଶ ଭଳି ଲାଗୁଥିବା ଏକ ଗହଳି ସ୍ଥାନ ଦେଇ ଯାଉଛନ୍ତି। ତାଙ୍କ ସହିତ କର୍ଣ୍ଣାଟକାର ଶଶନ୍ତିନଗର ବିଧାୟକ ଏନ୍‌ଏ ହାରିସ୍‌ ଏବଂ ବେଙ୍ଗାଲୁରୁ ମଧ୍ୟ ପ୍ରାର୍ଥୀ ମଧ୍ୟ ଯାଉଛନ୍ତି। କିନ୍ତୁ ହଠାତ୍‌ ସେ ବୁଲିପଡ଼ି ଜଣେ ଲୋକକୁ ଚାପୁଡ଼ା ମାରୁଛନ୍ତି।


ଏହି ଘଟଣା ବାବଦରେ ଖୁସ୍‌ବୁ କହିଛନ୍ତି, ସେ ମୋ ଦେହକୁ ଆପତ୍ତିଜନକ ଭାବେ ଛୁଇଁବାର ଚେଷ୍ଟା କରୁଥିଲା। ଏପରି ସେ ଦୁଇଥର କରିବା ପରେ ମୁଁ ବୁଲିପଡ଼ି ତାକୁ ଚାପୁଡ଼ା ମାରିଲି।

ଏହି ଅଞ୍ଚଳରୁ ପ୍ରାର୍ଥୀ ହୋଇଥିବା ରିଜ୍‌ୱାନ୍‌ ଅର୍ସାଦ୍‌ କହିଥିଲେ, ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିକୁ ତୁରନ୍ତ ପୁଲିସ୍‌ ପଛକୁ ଠେଲିନେଇଥିଲା। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଆମେ ସେ ବ୍ୟକ୍ତି ବିଷୟରେ ବିଶେଷ କିଛି ଜାଣିନାହୁଁ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଁ ପୁଲିସ୍‌କୁ କହିଛି।



from Odisha Reporter http://bit.ly/2IcYc5m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages