ଆହତ ହର୍ଷଲ ପଟେଲ ଆଇପିଏଲରୁ ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଆହତ ହର୍ଷଲ ପଟେଲ ଆଇପିଏଲରୁ ଆଉଟ୍

କୋଲକାତା: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପେସ୍ ବୋଲର ହର୍ଷଲ ପଟେଲ ଡାହାଣ ହାତରେ ଫ୍ରାକଚର୍ ଯୋଗୁ ଆଇପିଏଲର ବାକି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଟିମର କୋଚ୍ ରିକି ପଣ୍ଟିଂ ଗୁରୁବାର ଏହି ସୂଚନା ଦେଇଛନ୍ତି। ପଣ୍ଟିଂ କହିଛନ୍ତି, ‘୧ ଏପ୍ରିଲରେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ଡାହାଣ ହାତ ଫ୍ରାକଚର ହୋଇଯାଇଥିଲା।

ମ୍ୟାଚ୍ ସମୟରେ ତାଙ୍କର ଆହତ ସମ୍ବନ୍ଧରେ ଆମେ କିଛି ବି ଜାଣିପାରି ନଥିଲୁ, କିନ୍ତୁ ପରେ ଏକ୍ସ-ରେରେ ଫ୍ରାକଚର ହୋଇଥିବା ଜଣାପଡ଼ିଥିଲା। ଆହତ କାରଣରୁ ସେ ତିନି-ଚାରି ମାସ କ୍ରିକେଟରୁ ଦୂରେଇ ରହିବେ। ଏହାର ଅର୍ଥ ସେ ଚଳିତ ଟୁର୍ଣ୍ଣାମେଣ୍ଟରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଆମେ ଏପର୍ଯ୍ୟନ୍ତ ବଦଳ ଖେଳାଳି ସାମିଲ କରିନାହୁଁ।’

ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ହର୍ଷଲ ୨ଟି ମ୍ୟାଚ୍ ଖେଳିଛନ୍ତି। ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଟାଇ ମ୍ୟାଚରେ ୪୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଏହାଛଡ଼ା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ୩୭ ରନ୍ ଦେଇ କୌଣସି ସଫଳତା ହାସଲ କରିନଥିଲେ।



from Odisha Reporter http://bit.ly/2P3pNX5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages