ନରସିଂହଙ୍କ ବିରୋଧରେ ବିଷ ଓଗାଳି କଂଗ୍ରେସ ଛାଡ଼ିଲେ ୯ ବରିଷ୍ଠ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ନରସିଂହଙ୍କ ବିରୋଧରେ ବିଷ ଓଗାଳି କଂଗ୍ରେସ ଛାଡ଼ିଲେ ୯ ବରିଷ୍ଠ ନେତା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲ୍ଲା କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ। ବଲାଙ୍ଗିର ଜିଲ୍ଲାର ୯ ଜଣ ବରିଷ୍ଠ କଂଗ୍ରେସ ନେତା ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନେ ଇସ୍ତାଫା ଦେଇଥିବା କହିଛନ୍ତି।

କଂଗ୍ରେସରୁ ଇସ୍ତଫା ଦେଇଥିବା ନେତାମାନେ ହେଲେ- ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଭଗବାନ ବଗର୍ତ୍ତି, ପିସିସି ସାଧାରଣ ସଂପାଦକ ତଥା ଏଆଇସିସି ସଦସ୍ୟ ଲକ୍ଷ୍ମଣ ମେହେର, ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର, ପୂର୍ବତନ ପୌରାଧ୍ୟକ୍ଷ ପ୍ରଦୀପ ସାହୁ, ପୂର୍ବତନ କଂଗ୍ରେସ ଲିଗାଲ ସେଲ୍‌ର ଅଧ୍ୟକ୍ଷ ପ୍ରବୀଣ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ଉପ-ସଭାପତି ରାଧାକାନ୍ତ ନାୟକ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଜନ୍ମୟ ସାହୁ, ପୂର୍ବତନ ଲୋଇସିଂହା ବ୍ଲକ କଂଗ୍ରେସ ସଭାପତି ମହେନ୍ଦ୍ର ଜାଲ,ବଲାଙ୍ଗିର ଲୋକସଭା ଯୁବ କଂଗ୍ରେସ ଉପ-ସଭାପତି ପ୍ରଦ୍ୟୁମ୍ନ ମିଶ୍ର।

ମିଳିଥିବା ସୂଚନା ମୁତାବକ, ପିସିସି ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର ସାଂସଦ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ମାତ୍ର ବିରୋଧୀଦଳ ନେତା ନରସିଂହ ମିଶ୍ର ଲବି କରି ନିଜ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ଟିକେଟ କରାଇଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମଣ। ଏହା ସହିତ ଗତ ନିର୍ବାଚନରେ ନରସିଂହ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନରସିଂହଙ୍କ ଭିତିରିଆ ସଂପର୍କ ରଖି ବିରୋଧୀଦଳର ଭୂମିକା ନିଭାଇ ନାହାନ୍ତି ବୋଲି ଲକ୍ଷ୍ମଣ ଅଭିଯୋଗ କରିଛନ୍ତି।

ସେପଟେ ନରସିଂହଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ବଗର୍ତ୍ତି। ସେ କହିଛନ୍ତି, “ନରସିଂହ ଅଣକଂଗ୍ରେସ ଦଳରୁ ଆସି ଏବେ କଂଗ୍ରେସର ସର୍ବେସର୍ବା ହୋଇ ଦଳକୁ ତଳିତଳାନ୍ତ କରୁଛନ୍ତି। ଏଥି ସହିତ ସେ ଅନେକ ଅପରାଧୀକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି।”
ଏଭଳି ଅଭିଯୋଗ ନେଇ ଏ ପର୍ଯ୍ୟନ୍ତ ଶ୍ରୀ ମିଶ୍ର କିମ୍ବା କଂଗ୍ରେସ ପକ୍ଷରୁ ମତାମତ ମିଳିପାରି ନାହିଁ।



from Odisha Reporter https://ift.tt/2uIbCxl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages