
କୁଆଲାଲୁମ୍ପୁର: ଭାରତର ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଚଳିତ ମ୍ୟାଲେସିୟା ଓପନ ୱାର୍ଲ୍ଡ ଟୁର ସୁପର-୭୫୦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଛନ୍ତି।
ଅଲିମ୍ପିକ ଓ ୱାର୍ଲ୍ଡ ଚାମ୍ପିଅନଶିପ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର ୨୦ ନମ୍ବର ଖେଳାଳି ଆୟା ଓହୋରିଙ୍କୁ ୨୨-୨୦, ୨୧-୧୨ ଗେମରେ ପରାସ୍ତ କରିଛନ୍ତି। ଜାପାନର ଏହି ଖେଳାଳିଙ୍କ ବିପକ୍ଷରେ ସିନ୍ଧୁଙ୍କ ଏହା ଷଷ୍ଠ ବିଜୟ।
ଗତ ସପ୍ତାହରେ ଇଣ୍ଡିଆ ଓପନ୍ ଫାଇନାଲରେ ସ୍ଥାନ ହାସଲ କରିଥିବା ଶ୍ରୀକାନ୍ତ ଇଣ୍ଡୋନେସିଆର ଏହସାନ୍ ମୌଲାନା ମୁସ୍ତୋଫାଙ୍କୁ ୩୮ ମିନିଟରେ ୨୧-୧୮, ୨୧-୧୬ ଗେମରେ ପରାସ୍ତ କରିଛନ୍ତି। ପଞ୍ଚମ ସିଡ୍ ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ କୋରିଆର ସୁଙ୍ଗ ଜି ହ୍ୟୁନଙ୍କୁ ଭେଟିବେ, ଯିଏ ଏହି ଭାରତୀୟ ଖେଳାଳିଙ୍କୁ ଅଲ ଇଂଲର୍ଡ ଚାମ୍ପିଅନଶିପର ପ୍ରଥମ ରାଉଣ୍ଡରେ ହରାଇ ବିଦା କରିଥିଲେ।
ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତଙ୍କ ସାମ୍ନା ଥାଇଲ୍ୟାଣ୍ଡର ଖୋସିତ୍ ଫେତପ୍ରଦାବଙ୍କ ସହ ହେବ। ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଓପନର କ୍ୱାର୍ଟରଫାଇନାଲରେ ପହଞ୍ଚିଥିବା ଏଚଏସ୍ ପ୍ରଣୟଙ୍କୁ ପ୍ରଥମ ରାଉଣ୍ଡରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେ ଥାଇଲ୍ୟାଣ୍ଡର ସିଥିକୋମ୍ ଥାମ୍ମାସିନଙ୍କଠାରୁ ୧୨-୨୧, ୨୧-୧୬, ୨୧-୧୪ ଗେମରେ ପରାସ୍ତ ହୋଇଛନ୍ତି।
ଇଣ୍ଡିଆ ଓପନ୍ ସେମିଫାଇନାଲରେ ପହଞ୍ଚିଥିବା ପୁରୁଷ ଡବଲ୍ସ ଯୋଡ଼ି ମନୁ ଅଟ୍ଟ୍ରୀ ଓ ବି. ସୁମିତ୍ ରେଡ୍ଡି ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଏହି ଭାରତୀୟ ଯୋଡ଼ିଙ୍କୁ ଚୀନର ହାନ୍ ଚେଙ୍ଗକାଇ ଝୌ ହାଓଡଙ୍ଗ ୨୧-୧୬, ୨୧-୬ ଗେମରେ ପରାସ୍ତ କରିଛନ୍ତି।
from Odisha Reporter https://ift.tt/2WCEfbc
No comments:
Post a Comment