ଘରୁ ଝିଟିପିଟି, ଅସରପା ଓ ମାଛି ଘଉଡ଼ାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଘରୁ ଝିଟିପିଟି, ଅସରପା ଓ ମାଛି ଘଉଡ଼ାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଘରେ ବର୍ଷର ବିଭିନ୍ନ ସମୟରେ କିଛି ନା କିଛି ପୋକ ମାଛି ଦେଖିବାକୁ ମିଳିଥାଏ। ମଶା, ମାଛି, ଅସରପା, ଝିଟିପିଟି ବର୍ଷକ ବାରମାସ ଘରେ ହଇରାଣ କରିଥାନ୍ତି। ଏହିସବୁ କୀଟପତଙ୍ଗ ଓ ସରିସୃପ ଥରେ ଘରେ ବସା ବାନ୍ଧିଲେ, ଯିବାର ନାଁ ଧରନ୍ତିନି। ଆଉ ଏଥିରୁ ରକ୍ଷା ପାଇବା ଲାଗି ଅନେକ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କୀଟନାଶକ ସ୍ପ୍ରେ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ପ୍ରଭାବ ବେଶି ଦିନ ରହି ନ ଥାଏ। ଫଳରେ ସମସ୍ୟା ଲାଗି ରହିଥାଏ। ତେବେ ଏଥିରେ ଚିନ୍ତା କରିବାର କିଛି ନାହିଁ। ଆପଣ ଘରୋଇ ଉପାୟରେ ବି ଏହି ସବୁ କୀଟପତଙ୍ଗ ଓ ସରିସୃପଙ୍କୁ କିପରି ଘଉଡ଼ାଇ ପାରିବେ। ଚାଲନ୍ତୁ ଜାଣିବା କେମିତି ଏମିତି କରିବେ।

ମାଛି ଘଉଡ଼ାଇବା ଲାଗି: ଫାଳେ ସେଓରେ ଲବଙ୍ଗ ଲଗାଇ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଅଧିକ ମାଛି ବସୁଛନ୍ତି। ଏମିତି କରିବା ଦ୍ୱାରା ମାଛି ସବୁଦିନ ପାଇଁ ଘରୁ ପଳାଇଥାଏ। ତୁଳସୀ ଗଛ ଲଗାଇବା ଦ୍ୱାରା ମଧ୍ୟ ଘରେ ମାଛି ହୋଇ ନ ଥାନ୍ତି। ତେଣୁ ଘରେ ତୁଳସୀ ଗଛ ଲଗାନ୍ତୁ।  ଏହାସହ ଘରେ କର୍ପୁର ଜାଳନ୍ତୁ। ଏହି ଧୂଆଁ ଘରେ ବ୍ୟାପିବା ଫଳରେ ବି ମାଛି ପଳାଇଯାଆନ୍ତି।

ଝିଟିପିଟି ଘଉଡ଼ାଇବା ଲାଗି: ଯଦି ଘରୁ ଝିଟିପିଟି ତଡ଼ିବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ କବାଟ ଓ କାନ୍ଥରେ ରସୁଣ କୋଲା ଛଡ଼ାଇ ଟାଙ୍ଗି ଦିଅନ୍ତୁ। ରୋଷେଇ ଘର କିମ୍ବା ଝରକାରେ ଅଣ୍ଡା ଖୋଳ ରଖନ୍ତୁ। ଏହାଦ୍ୱାରା ଝିଟିପିଟି ଘରେ ରହିବେ ନାହିଁ।

ପାଣିରେ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ଢାଳି ଘରର ପ୍ରତ୍ୟେକ କୋଣରେ ସ୍ପ୍ରେ କରନ୍ତୁ। ଘରେ ଆଉ ଝିଟିପିଟି ରହିବେ ନାହିଁ।

ଅସରପା ଘଉଡ଼ାଇବା ଲାଗି: ସାଧାରଣତଃ ସମସ୍ତଙ୍କ ଘରେ ଅସରପା ଗୋଟିଏ ବଡ଼ ସମସ୍ୟା। କାରଣ ଅସରପା ଲୋକଙ୍କୁ ବହୁ ହଇରାଣ କରଥାନ୍ତି। ଏପରିସ୍ଥଳେ ପାଣିରେ ବେକିଂ ସୋଡ଼ା ମିଶାଇ ପୋଛା ଲଗାନ୍ତୁ। ଏହାଦ୍ୱାରା ଅସରପା ଘରୁ ପଳାଇଯିବେ। ଆଲମାରି ଏବଂ ଝରକାରେ ବୋରେକ୍ସ ପାଉଡର ସିଞ୍ଝିବା ଦ୍ୱାରା ମଧ୍ୟ ଘରୁ ଅସରପା ପଳାଇଯାଇଥାନ୍ତି। ଲବଙ୍ଗ ବି ଅସରପା ଦୂର କରିବାରେ ସହାୟତା କରିଥାଏ। ତେଣୁ ଘରର କୋଣମାନଙ୍କରେ ଲବଙ୍ଗ ରଖନ୍ତୁ।



from Odisha Reporter http://bit.ly/2W7YBcM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages