
ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର ): ବେଳେବେଳେ ଆମକୁ ବାହାରୁ ଖାଇବାକୁ ଇଚ୍ଛା ହୋଇଥାଏ। ଏହା ଛଡ଼ା ଅନେକ ସମୟରେ ଅଳସୁଆ କାରଣରୁ ଘରେ ରୋଷେଇ ନକରି ବାହାରୁ ଆଣି ଖାଇ ଦେଇଥାଉ। ଆଉ ଯେଉଁମାନେ ବାହାରେ ରହି ଅଫିସ୍ରେ କାମ କରନ୍ତୁ ସେମାନଙ୍କୁ ବି ପ୍ରାୟ ସମୟରେ ବାହାରେ ଖାଇବାକୁ ପଡ଼ିଥାଏ। ତେବେ କେଉଁ ସିଜିନ୍ରେ କେଉଁ ସବୁ ଖାଦ୍ୟରୁ ଆମକୁ ଦୂରରେ ରହିବାକୁ ପଡ଼ିଥାଏ ସେ ବିଷୟରେ ଆମକୁ ଜଣା ନଥାଏ। ଫଳରେ ଆମେ ଫୁଡ଼ ପଏଜନିଂର ଶିକାର ହୋଇ ଅସହ୍ୟ ଯନ୍ତ୍ରଣା ପାଇଥାଉ।
ଏହା ଛଡ଼ା ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଖାସ୍ କରି ଖରାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ । କାରଣ ଖରାଦିନେ ଶରୀରର ପାଚନକ୍ରିୟା ଦୁର୍ବଳ ହୋଇଯିବା ସହ ଖାଦ୍ୟ ଠିକ୍ ଭାବରେ ହଜମ ହୋଇ ନଥାଏ । ଯାହାଦ୍ୱାରା ଫୁଡ୍ ପଏଜନିଙ୍ଗ ସମସ୍ୟା ଦେଖା ଯାଇଥାଏ । ଯଦି ଆପଣ ଖରାଦିନେ ଫୁଡ୍ ପଏଜନିଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ସବୁ ଖାଦ୍ୟ ଖାଆନ୍ତୁ, ଆରମ୍ ପାଆନ୍ତୁ।
କଦଳୀ ଖାଆନ୍ତୁ: ଫୁଡ୍ ପଏଜନିଙ୍ଗ ସମସ୍ୟା ଦେଖାଗଲେ କଦଳୀ ଖାଇବା ଆରମ୍ଭ କରନ୍ତୁ । କାରଣ ଏଥିରେ ପୋଟାସିୟମ ଅଧିକ ପରିମାଣରେ ରହିଥାଏ। ଯାହା ପେଟର ସଂକ୍ରମଣକୁ କମ୍ କରିଥାଏ ।
ଲେମ୍ବୁ ସେବନ କରନ୍ତୁ: ଲେମ୍ବୁରେ ଆଣ୍ଟି ଇଂମ୍ପ୍ଲେମେଟରୀ, ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଭାଇରଲ୍ ଗୁଣ ଥାଏ। ସେଥିପାଇଁ ଫୁଡ୍ ପଏଜନିଂ ବ୍ୟାକ୍ଟେରିଆକୁ ଏହା ମାରିବାରେ ସହାୟକ ହୋଇଥାଏ। ତେଣୁ ଆପଣ ଚାହିଁଲେ ଖାଲି ପେଟରେ ଲେମ୍ବୁ ପାଣି କିମ୍ବା ଗରମ ପାଣିରେ ଲେମ୍ବୁ ମିଶାଇ ପାଣି ପିଇ ପାରିବେ।ସେଓ ରସ: ସେଓ ରସରେ ମେଟାବଲିଜିମ୍କୁ ବଢ଼ାଇବା ତତ୍ତ୍ୱ ରହିଥାଏ। ଖାଲି ପେଟରେ ଏହା ସେବନ କରିବା ଦ୍ୱାରା ବି ଖରାପ୍ ବ୍ୟାକ୍ଟେରିଆ ମରି ଯାଇଥାନ୍ତି।
ଦହି: ଦହି ଏକ ପ୍ରକାର ଆଣ୍ଟି ବାୟୋଟିକ୍। ଏଥିରେ ଆପଣ ଅଳ୍ପ କଳା ଲୁଣ ପକାଇ ପିଇପାରିବେ।
ରସୁଣ: ରସୁଣରେ ଆଣ୍ଟି ଫଙ୍ଗଲ ଗୁଣ ଥାଏ। ସକାଳେ ଖାଲି ପେଟରେ କଞ୍ଚା ରସୁଣ ଖାଆନ୍ତୁ । ଫୁଡ୍ ପଏଜନିଙ୍ଗ୍ରୁ ଆରମ୍ ମିଳିବ।
ଜିରା: ଜିରା ଖାଇବା ଦ୍ୱାରା ମଧ୍ୟ ଫୁଡ୍ ପଏଜନିଙ୍ଗର ସମସ୍ୟା ଦୂର ହୋଇଥାଏ । ଫୁଡ୍ ପଏଜନିଙ୍ଗର ସମସ୍ୟା ଦେଖାଗଲେ ଜିରାକୁ ଭାଜି ଚୁନା କରି ନିଜ ସୁପ୍ରେ ପକାଇ ପିଅନ୍ତୁ ।
from Odisha Reporter http://bit.ly/2PA2hBC
No comments:
Post a Comment