
ବ୍ୟାଙ୍ଗକକ୍: ଭାରତୀୟ ବକ୍ସର୍ ଅମିତ୍ ଫାଙ୍ଗାଲ୍ (୫୨ କେଜି) ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଚଳିତ ଏସିଆନ୍ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ବର୍ଷ ଅମିତଙ୍କ ଏହା କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ।
ଏହା ପୂର୍ବରୁ ସେ ଫେବୃଆରୀରେ ବୁଲଗେରିଆରେ ଆୟୋଜିତ ଷ୍ଟ୍ରାଞ୍ଜା ମେମୋରିଆଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତବର୍ଷ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅମିତ୍ ଆଜି ଫାଇନାଲରେ କୋରିଆର କିମ୍ ଇଙ୍କୟୁଙ୍କୁ ଏକତରଫା ନିଷ୍ପତ୍ତିରେ ପରାସ୍ତ କରିଛନ୍ତି।
ଚଳିତ ବର୍ଷ ୪୯ରୁ ୫୨ କେଜି ଓଜନ ବର୍ଗକୁ ସ୍ଥାନାନ୍ତର ହେବା ପରେ ଏହା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା। ତେବେ ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ଓ କବିନ୍ଦର ସିଂହ ବିଷ୍ଟ (୫୬ କେଜି)ଙ୍କୁ ଫାଇନାଲରେ ନିରାଶ ହେବାକୁ ପଡ଼ିଥିଲା। ଦୀପକ ଫାଇନାଲରେ ଉଜବେକିସ୍ତାନର ନୋଡିର୍ଜନ୍ ମିର୍ଜାମୋଡୋଭଙ୍କଠାରୁ ହାରିଥିଲେ।
ଅମିତ୍ ଫାଇନାଲ୍ ମୁକାବିଲାରେ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ତାଙ୍କର ଏହି ରଣନୀତି ମଧ୍ୟ କାର୍ଯ୍ୟକାରୀ ହୋଇଥିଲା ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଖରେ ଏହାର କୌଣସି ଜବାବ ନଥିଲା। ଭାରତୀୟ ବକ୍ସର ଜଣକ କୋରିଆ ବକ୍ସରଙ୍କୁ ଅନେକଥର ରିଙ୍ଗ୍ କୋଣକୁ ଠେଲିଥିଲେ ଏବଂ ନିଜର ମଜଭୁତ୍ ଡିଫେନ୍ସ ଦ୍ୱାରା ନିଜକୁ ଆକ୍ରମଣରୁ ମଧ୍ୟ ରକ୍ଷା କରିଥିଲେ। ଅନ୍ୟପକ୍ଷରେ କିମଙ୍କ ପାଖରେ ଅମିତଙ୍କ ପଞ୍ଚର କୌଣସି ଜବାବ ନଥିଲା।
from Odisha Reporter http://bit.ly/2UGDJri
No comments:
Post a Comment