
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଅନନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।
ଗତକାଲି ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଅନନ୍ତ ନିଜ ସହଯୋଗୀଙ୍କ ସହିତ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଝାରପଡ଼ା କେନାଲ ରୋଡ୍ ନିକଟରେ ବୋମା ମାଡ଼ କରାଯାଇଥିଲା। ଏଥିରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
from Odisha Reporter http://bit.ly/2vdU0tz
No comments:
Post a Comment