ରାଫେଲ ମାମଲା ନେଇ ଭୁଲ ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗିଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ରାଫେଲ ମାମଲା ନେଇ ଭୁଲ ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ରାଫେଲ ଶୁଣାଣି ବେଳେ ଯାହା କହିଥିଲେ ତାକୁ କଦର୍ଥ କରିଥିବା ଅଭିଯୋଗ ପରିପ୍ରେକ୍ଷୀରେ ଆଜି କ୍ଷମା ମାଗିଛନ୍ତି ରାହୁଲ ଗାନ୍ଧି।। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ ଏବଂ ପ୍ରଚାର ବେଳେ  ‘ଚୌକିଦାର ଚୋର ହୈ’ ବୋଲି ଯେଉଁ ବକ୍ତବ୍ୟ ରଖିଥିଲେ ସେମିତି କିଛି ରାୟ ସୁପ୍ରିମକୋର୍ଟ ଦେଇ ନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି ରାଫେଲ ମାମଲାରେ କୋର୍ଟଙ୍କ ରାୟକୁ ପ୍ରସଙ୍ଗ କରି ‘ଚୌକିଦାର’ ‘ଚୋର’ ବୋଲି କହିଥିଲେ ରାହୁଲ।

ଏହାପରେ ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା ବିଜେପି। ଆବେଦନର ବିଚାର କରି ଏପ୍ରିଲ 15 ତାରିଖରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ଏପ୍ରିଲ 23 ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ନୋଟିସ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ସଞ୍ଜୀଭ ଖାନ୍ନା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।



from Odisha Reporter http://bit.ly/2Pqofqn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages