ନକ୍ସଲଙ୍କ ହମ୍‌ଲାରେ ୪ ଯବାନ ସହିଦ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ନକ୍ସଲଙ୍କ ହମ୍‌ଲାରେ ୪ ଯବାନ ସହିଦ୍‌

ରାୟପୁର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ନକ୍ସଲମାନେ ଛତିଶଗଡ଼ର ବସ୍ତର ଅଞ୍ଚଳର କାଙ୍କେର ଜିଲ୍ଲାରେ ଏକ ଭୟଙ୍କର ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଥିବା ଏହି ହମ୍‌ଲାରେ ବିଏସ୍‌ଏଫ୍‌ର ୪ ଜଣ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ସବ ଇନ୍‌ସପେକ୍ଟର ଓ ୩ ଜଣ କନଷ୍ଟେବଲ ରହିଛନ୍ତି। ସେହିପରି ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମହାଲା ଅଞ୍ଚଳରେ ଥିବା ଏକ ଘଞ୍ଚ ଜଙ୍ଗଲରେ ଆଜି ଯବାନମାନେ ନିୟମିତ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କୁ ଘେରିଯିବା ସହ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଜଣେ ଏସଆଇଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ ଏସଆଇ ଓ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି କାଙ୍କେରର ଆଡିସନାଲ ଏସ୍‌ପି କୀର୍ତ୍ତନ ରାଠୋର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

କିଛି ଦିନ ପୂର୍ବରୁ ମାଓବାଦୀମାନେ ବସ୍ତର ଓ କାଙ୍କେର ଜିଲ୍ଲାରେ ଲୋକଙ୍କୁ ଭୋଟଦାନ ପ୍ରକ୍ରିୟାରୁ ବିରତ ରହିବାକୁ ଧମକ ଦେଇଥିଲେ। ତଥାପି ସ୍ଥାନୀୟ ଅଞ୍ଚଳରେ ନିର୍ବାଚନୀ ଉଷ୍ଣତା ଜାରି ରହିଥିଲା। ଏସବୁ ଅଞ୍ଚଳରେ ଆସନ୍ତା ୧୧ ତାରିଖରେ ଭୋଟ ହେବ। କିନ୍ତୁ ଏହା ପୂର୍ବରୁ ମାଓବାଦୀଙ୍କ ଏଭଳି ହମ୍‌ଲା ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ାଇ ଦେଇଛି।



from Odisha Reporter https://ift.tt/2UtzX8B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages