ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଯୋଗୀ ଆଦିତ୍ୟନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଯୋଗୀ ଆଦିତ୍ୟନାଥ

ରାଉରକେଲା (ପୱନ ତିୱାରୀ): ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୂରା ଜୀବନ କନ୍ଧମାଳବାସୀଙ୍କ ପାଇଁ ସମର୍ପିତ ଥିଲା। ତାଙ୍କ ସେବା ମନୋଭାବ ଦେଖି ନକ୍ସଲମାନେ ସହି ପାରିନଥିଲେ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ବିକାଶ ବିରୋଧୀ ଥିବା ପ୍ରମାଣ ହୋଇଛି। ଯେଉଁ ଷଡ଼ଯନ୍ତ୍ର ତାଙ୍କ (ଲକ୍ଷ୍ମଣାନନ୍ଦ) ବିରୋଧରେ ହୋଇଥିଲା, ସେହି ଷଡ଼ଯନ୍ତ୍ର ଆଗକୁ ବଢ଼ାଇବା ପାଇଁ ବିଜେଡି ପ୍ରତ୍ୟାଶୀ ଆପଣଙ୍କ ପାଖକୁ ଆସିଛନ୍ତି। ଫୁଲବାଣୀ ଜିଲ୍ଲା କୋରେନସନ ପଡ଼ିଆରେ ଆୟୋଜିତ ସଭାରେ ବିଜେପି ଲୋକସଭା ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କ ପାଇଁ ପ୍ରଚାର କରିବାକୁ ଯାଇ ଯୋଗୀ ଆଜି ଏମିତି ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଫୁଲବାଣୀ ଆସିବା ପୂର୍ବରୁ ଯୋଗୀ ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ପାଇଁ ପ୍ରଚାର କରିଥିଲେ।

ସେ କହିଛନ୍ତି-“ବିଜେଡି ସରକାର ବିଭିନ୍ନ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ଚିଟ୍‌ଫଣ୍ଡଠାରୁ ଆରମ୍ଭ କରି ଟଏଲେଟ ଦୁର୍ନୀତି ପର୍ଯ୍ୟନ୍ତ ସବୁଥିରେ ବୁଡ଼ିଛି। ବିଜେଡି ସରକାର ଓଡ଼ିଶାର ବିକାଶ ଚାହୁଁନାହିଁ। ଡବଲ ଇଂଜିନ ସରକାର ଆସିଲେ ଓଡ଼ିଶା ବିକାଶ ସମ୍ଭବ ହୋଇପାରିବ।”

ସେ କହିଛନ୍ତି,“କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ସରକାର ଚାଲିଥିବା ବେଳେ ଚାଇନା ଭାରତରେ ପଶି ଆସୁଥିଲା। ପାକିସ୍ଥାନ ଆମ ବୀର ସୈନିକଙ୍କ ମଥା କାଟି ନେଇଯାଉଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଚାଇନା ଭାରତ ସୀମାରେ ପଶିବାକୁ ସାହସ କରିପାରୁ ନାହିଁ। ପାକିସ୍ଥାନକୁ ଉଚିତ ଜବାବ ଦିଆଯାଉଛି। ପୁଲୱାମାରେ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ପାକିସ୍ଥାନ ଭିତରେ ପଶି ଆତଙ୍କବାଦୀଙ୍କୁ ସଂଘାର କରାଯାଇଛି। ଭାରତ ସରକାରଙ୍କ ଦୃଢ଼ ସଂକଳ୍ପ ଯୋଗୁ ଏହା ସମ୍ଭବ ହୋଇପାରିଛି।”

ସେ ଅହୁରି କହିଛନ୍ତି-“ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସମ୍ଭବକୁ ସମ୍ଭବ କରିଛନ୍ତି। ୫ ବର୍ଷ ତଳେ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଓ ଶୌଚାଳୟ ନଥିଲା। ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ମୁଣ୍ଡ ଉପରେ ଘର ଛାତ ତିଆରି ହୋଇଛି। ସାଢ଼େ ୯ କୋଟି ଗରିବଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି। ସେହିପରି ୭ କୋଟି ଗରିବଙ୍କୁ ଏଲ୍‌ପିଜି ସିଲିଣ୍ଡର ସଂଯୋଗ ଦିଆଯାଇଛି। ୪ କୋଟି ଲୋକଙ୍କୁ ବିଦ୍ୟୁତ ସଂଯୋଗ ଓ ସାଢ଼େ ୧୨ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି। ଏପରି କାମ କରିବାରେ ବିଜେଡି ଓ କଂଗ୍ରେସ ସଫଳ ହୋଇପାରି ନାହାନ୍ତି।

ମୋଦିଙ୍କ ପାଇଁ ଓଡ଼ିଶାକୁ ଦୁଇଟି ସ୍ମାର୍ଟ ସିଟି ମିଳିଛି। ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ଉଦ୍ୟମ ଯୋଗୁ ରାଉରକେଲା ଏକ ସ୍ମାର୍ଟ ସିଟିରେ ପରିଣତ ହୋଇପାରିଛି। ରାଉରକେଲାରେ ଏକ ଛୋଟ ଟର୍ମିନାଲ ଥିଲା। ଏହାକୁ ବିକଶିତ କରାଯାଇ ବିମାନବନ୍ଦରରେ ପରିଣତ କରାଯାଇଛି। ଉଡ଼ାନ ଯୋଜନାରେ ଏହି ବିମାନବନ୍ଦରକୁ ଯେତେ ବେଳେ ଅନ୍ୟ ବିମାନବନ୍ଦର ସହିତ ଯୋଡ଼ାଯିବ, ସେତେବେଳେ ହାୱାଇ ପିନ୍ଧୁଥିବା ବ୍ୟକ୍ତି ହାୱାଇ ଯାତ୍ରା କରିବାର ସୁଯୋଗ ପାଇବ। ବ୍ରହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ବିଜେପି ନେତୃତ୍ୱର ସରକାର କରୁଛନ୍ତି।”



from Odisha Reporter http://bit.ly/2PaJQmv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages