
ନୂଆଦିଲ୍ଲୀ: ସୋମବାର ଲୋକପ୍ରିୟ ସୋଶାଲ ମିଡିଆ ପ୍ଲାଟଫର୍ମ ‘ଟିକ୍ଟକ୍’ ବାବଦରେ ବଡ଼ ରାୟ ଶୁଣାଇଛନ୍ତି। ମାଡ୍ରାସ୍ ହାଇକୋର୍ଟ ଟିକ୍ଟକ୍କୁ ବ୍ୟାନ୍ କରିବା ନେଇ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି।
‘ଟିକ୍ଟକ୍’ର ମୂଳ କମ୍ପାନୀ ବିଟେଡାନ୍ସ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ବ୍ୟାନ୍ ବିରୋଧରେ ସ୍ଥଗିତାଦେଶ ପାଇଁ ଯୁକ୍ତି ରଖିଥିଲେ। ଏହା କମ୍ପାନୀ ପାଇଁ ଅପୂରଣୀୟ କ୍ଷତି ହେବ ଦର୍ଶାଇ ସେ ପକ୍ଷ ରଖିଥିଲେ।
‘ଟିକ୍ଟକ୍’କୁ ପକ୍ଷ ରଖିବାକୁ ନକହି ମାଡ୍ରାସ୍ ହାଇ କୋର୍ଟର ମଦୁରାଇ ଖଣ୍ଡପୀଠ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ଏହାର ଡାଉନ୍ଲୋଡ୍ ଉପରେ କଟକଣା ଲଗାଯାଉ। ଆମେରିକାରେ ଥିବା ଚିଳଡ୍ରେନ୍ସ ଅନ୍ଲାଇନ୍ ପ୍ରାଇଭେସି ପ୍ରୋଟେକ୍ସନ୍ ଆକ୍ଟ ପରି ସାଇବର କ୍ରାଇମ୍ରୁ ଶିଶୁଙ୍କୁ ଦୂରେଇ ରଖିବା ପାଇଁ କିଛି ଆଇନ ତିଆରି କରିବା ପାଇଁ ମଧ୍ୟ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମଦୁରାଇ ଖଣ୍ଡପୀଠ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୬ ତାରିଖରେ ପୁଣିଥରେ ଏହି ମାମଲାର ଶୁଣାଣି କରିବ। କୋର୍ଟ ଅନୁଶୀଳନ କରିଛନ୍ତି ଯେ, ଏହି ମୁକ୍ତ ଓ ଅବାଧ ପ୍ଲାଟଫର୍ମର ବ୍ୟବହାର କରି ପିଲାମାନେ ପର୍ଣ୍ଣ ଭିଡିଓ ସମେତ ବହୁ ଆପତ୍ତିଜନକ ବିଷୟବସ୍ତୁ ନିକଟରେ ସହଜରେ ପହଞ୍ଚିଯାଉଛନ୍ତି।
from Odisha Reporter http://bit.ly/2v5Ri9n
No comments:
Post a Comment