
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟପେୟରେ ଅସନ୍ତୁଳନ, ଦିନ ସାରା ପରିଶ୍ରମ ତଥା ଆରାମ ଅଭାବରୁ ମୁଖ୍ୟତଃ ମୁଣ୍ଡ ବିନ୍ଧିଥାଏ। ଏହା ବେଳେ ବେଳେ ଅସହ୍ୟ ହୋଇପଡି ଖୁବ୍ ଯନ୍ତ୍ରଣାଦାୟକ ହୋଇଥାଏ। ଏଥିପାଇଁ ଘରର କୌଣସି ସଦସ୍ୟ ମାର୍କେଟ ଯାଇ ମେଡିସିନ ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ।

ନଚେତ ଘରୋଇ ଉପାୟରେ ମୁଣ୍ଡ ବିନ୍ଧାକୁ ରୋକିବାକୁ ଚେଷ୍ଟା କରିଥାଉ। ତେବେ ଆଜି ଆପଣଙ୍କୁ କିଛି ସହଜ ଉପାୟରେ ମୁଣ୍ଡ ବିନ୍ଧା କିପରି କମେଇ ପାରିବେ ସେ ବିଷୟରେ କହିବୁ। ଯାହା ଆପଣ କେବେ ବ୍ୟବହାର କରିନଥିବେ। ଏହି ପରି ଭାବେ ବ୍ୟବହାର କଲେ ଆପଣ ଶୀଘ୍ର ମୁଣ୍ଡ ବିନ୍ଧାରୁ ଆରାମ ପାଇ ପାରିବେ।
ଲୁଣ ଏବଂ ଲବଙ୍ଗର ମିଶ୍ରଣ

ଅସହ୍ୟ ମୁଣ୍ଡ ବିନ୍ଧାରୁ ଲୁଣ ଆପଣଙ୍କୁ ବହୁତ ଆରାମ ଦେବ। ପ୍ରଥମେ ଲୁଣ ଏବଂ ଲବଙ୍ଗ ପାଉଡର୍ର ଏକ ମିଶ୍ରଣ ପ୍ରସ୍ତୁତ କରିନିଅନ୍ତୁ। ଏହାକୁ କ୍ଷୀରରେ ଗୋଳାଇ ପିଅନ୍ତୁ। ଏହିପରି କଲେ ଆପଣ ମୁଣ୍ଡ ବିନ୍ଧାରୁ ଶୀଘ୍ର ଆରାମ ପାଇବେ।
ସୁଣ୍ଠିର ପେଷ୍ଟ

ଅସହ୍ୟ ମୁଣ୍ଡ ବିନ୍ଧା ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସହଜ ଉପାୟ। ଆପଣ ସୁଣ୍ଠିକୁ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ। ତେବେ ଆପଣ ସୁଣ୍ଠିର ପେଷ୍ଟ କରି ମୁଣ୍ଡରେ ଲଗାନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ତୁରନ୍ତ ଆରାମ ଦେବ।
ଲେମ୍ବୁ ଏବଂ ଗରମପାଣି

ଯଦି ଆପଣ ବାହାରୁ ଆସି ହାଲିଆ ହୋଇଯାଇଛନ୍ତି ଆଉ ମୁଣ୍ଡ ବିନ୍ଧାର ଉପଚାର କରିବା ପାଇଁ ଅନ୍ୟ କୌଣସି ପ୍ରକାର ଇଚ୍ଛା ହେଉ ନାହିଁ । ତାହାଲେ ଆପଣ ସହଜ ଏବଂ କମ୍ ସମୟରେ ହେଉଥିବା ଏକ ଉପଚାର କରିପାରିବେ।
ଆପଣ ଗୋଟେ ଗ୍ଲାସ୍ ଉଷୁମ ପାଣି ନେଇ ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଅନେକ ସମୟରେ ପେଟରେ ଗ୍ୟାସ୍ କାରଣରୁ ମୁଣ୍ଡ ବିନ୍ଧା ହୋଇପାରେ, ତେଣୁ ଆପଣ ଏହି ପାଣି ପିଇଲେ ମୁଣ୍ତ ବିନ୍ଧାରୁ ତୁରନ୍ତ ଆରାମ ପାଇ ପାରିବେ।
ଲେମ୍ବୁ ଏବଂ ଚା’

ଆପଣ ସାଧାରଣତଃ ମୁଣ୍ଡ ବିନ୍ଧା ପାଇଁ ଚା’ ପିଇଥାନ୍ତି। ତେଣୁ ଆପଣ ଏଥର ନାଲି ଚା’ରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ। ଏହା ଆପଣଙ୍କ ମୁଣ୍ଡ ବିନ୍ଧାରୁ ଆରାମ ଦେବ।
ତୁଳସୀ ଏବଂ ଅଦା

ତୁଳସୀ ଏବଂ ଅଦାକୁ ବ୍ୟବହାର କରି ମଧ୍ୟ ମୁଣ୍ଡ ବିନ୍ଧାରୁ ଆରାମ ପାଇ ପାରିବେ। ଆପଣ ତୁଳସୀ ଏବଂ ଅଦାର ରସ ବାହାର କରି ମୁଣ୍ଡରେ ଲଗାନ୍ତୁ। ଏହା ତୁରନ୍ତ ଆପଣଙ୍କ ମୁଣ୍ଡ ବିନ୍ଧା ଦୂର କରିବ।
from Odisha Reporter http://bit.ly/2U6t9d5
No comments:
Post a Comment