କୋଲକାତା ବିମାନ ବନ୍ଦରରୁ ବିପୁଳ ବିଦେଶୀ ଟଙ୍କା ଜବତ, ୭ ବାଂଲାଦେଶୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

କୋଲକାତା ବିମାନ ବନ୍ଦରରୁ ବିପୁଳ ବିଦେଶୀ ଟଙ୍କା ଜବତ, ୭ ବାଂଲାଦେଶୀ ଗିରଫ

କୋଲକାତା: ନେତାଜୀ ସୁବାଷ ଚନ୍ଦ୍ର ବିମାନ ବନ୍ଦରରୁ ୭ ବାଂଲାଦେଶୀ ନାଗରିକଙ୍କ ପାଖରୁ ୫. ୧୪ କୋଟି ଟଙ୍କାର ବିଦେଶୀ ଟଙ୍କା ଜବତ କରିଛି କୋଲକାତା ପୁଲିସ।

ବାଂଲାଦେଶର ଢାକାରୁ କୋଲକାତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରକୁ ୭ ବାଂଲାଦେଶୀ ନାଗରିକ ବିମାନରେ ଆସିଥିଲେ। ଏହାପରେ ପୁଲିସ ଏହି ବିଦେଶୀ ଟଙ୍କା ୭ ବିଦେଶୀ ନାଗରିକଙ୍କ ପାଖରୁ ଜବତ କରିଛି। ଯେଉଁ ବ୍ୟାଗ ଧରି ସାଙ୍ଗରେ ଆସିଥିଲେ ସେହି ବ୍ୟାଗର ଖୋଲା ଥିବା ଚେନ ସ୍ଥାନରେ ଜବତ ବିଦେଶୀ ଟଙ୍କା ଥିଲା ବୋଲି ଜଣାପଡ଼ିଛି। ତେବେ ଯେଉଁ ବିମାନରେ କୋଲକାତା ଆସିଥିଲେ ସମାନ ବିମାନରେ ପୁଣି ଢାକା ଫେରିଯିବାର ଯୋଜନା ଥିଲା।

କୋଲକାତା ପୁଲିସ ୭ ନାଗରିକଙ୍କୁ ଅଟକ ରଖି ସମସ୍ତ ଟଙ୍କାର କାଗଜ ପତ୍ର ବାବଦରେ ପଚାରିଥିଲା ହେଲେ ପ୍ରମାଣ ଦେଇପାରିନଥିବା ଜଣାପଡ଼ିଛି। ଏହାପରେ ୭ ବାଂଲାଦେଶୀ ନାଗରିକଙ୍କୁ କଷ୍ଟିମ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେବେ ଏହି ଟଙ୍କା କାହାର ଏ ପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ତଦନ୍ତ ଜାରି ରହିଥିବା ସୂଚନା ରହିଛି।



from Odisha Reporter http://bit.ly/2Z0TeOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages