ବିକାଶକୁ ମୁଦ୍ଦା କରି ମଇଦାନରେ ତିନି ମାଝୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବିକାଶକୁ ମୁଦ୍ଦା କରି ମଇଦାନରେ ତିନି ମାଝୀ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ବିକାଶର ପାହାଚରେ ସବା ଶେଷରେ ଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ହେବ ‘କାଣ୍ଟେ କା ଟକ୍କର’। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍ ଆସନ୍ତା ୧୧ ତାରିଖରେ ଲଢେଇ ହେବ ତିନି ମାଝୀଙ୍କ ମଧ୍ୟରେ। କଂଗ୍ରେସରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ ବିଜେଡିରୁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ମନ୍ତ୍ରୀ ରମେଶ ମାଝୀ। ତ୍ରିମୁଖୀ ଲଢ଼େଇରେ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ରଣନୀତି ତିଆରି କରିଛନ୍ତି ତିନି ପ୍ରାର୍ଥୀ।

ଇଂଜିନିୟରିଂ ପେସାରୁ ରାଜନୀତିକୁ ଲମ୍ଫ ମାରିଥିଲେ ବଳଭଦ୍ର ମାଝୀ। ସେଥିରେ ସଫଳ ମଧ୍ୟ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ପ୍ରଥମ ଥର ପାଇଁ ସଂସଦରେ ପ୍ରବେଶ କରିଥିଲେ। କଂଗ୍ରେସର ଅନୁଭଵୀ ନେତା ପ୍ରଦୀପ ମାଝୀଙ୍କୁ ପଛରେ ପକାଇ ସେ ସଫଳତାର ସ୍ୱାଦ ଚାଖିଥିଲେ। ଏଥର ବିଜେଡି କିନ୍ତୁ ତାଙ୍କୁ ଟିକଟରୁ ବଞ୍ଚିତ କଲା। ପରେ ସେ ପଦ୍ମ ପୋଖରୀକୁ ଡେଇଁଥିଲେ। ଆଉ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଶାସନ ଓ ପରିବର୍ତ୍ତନର ନାରାକୁ ନବରଙ୍ଗପୁରବାସୀଙ୍କ ନିକଟତର କରାଇବାକୁ ପ୍ରୟାସ କରୁଛନ୍ତି ବଳଭଦ୍ର।

୧୯୯୯ ଓ ୨୦୦୪ରେ ବିଜେଡି ସହ ମେଣ୍ଟ ସମୟରେ ବିଜେପି ଯେଉଁ ଭଳି ଢଙ୍ଗରେ କଂଗ୍ରେସର ଏହି ଗଡ଼କୁ ଦଖଲ କରିଥିଲା, ଏଥର ଏକାକୀ ସେହି ଇତିହାସର ପୁନରାବୃତ୍ତି କରିବ ବୋଲି ବଳଭଦ୍ର ଆଶା ରଖିଛନ୍ତି।

କଂଗ୍ରେସର ଯୁବ ଚେହେରା ତଥା ଟାଣୁଆ ନେତା ପ୍ରଦୀପ ମାଝୀଙ୍କ ଉପରେ ଭରସା କରିଛନ୍ତି କେନ୍ଦ୍ରୀୟ ନେତୃବର୍ଗ। ୨୦୦୯ରେ ପ୍ରଥମ ଥର ପାଇଁ ଲୋକସଭାକୁ ଯାଇଥିଲେ ପ୍ରଦୀପା। ଆଉ ଏଥର ମଧ୍ୟ ତାଙ୍କର ଆଶା, ସେ ନିଶ୍ଚିତ ନବରଙ୍ଗପୁର ଆସନକୁ ଦଖଲ କରିବେ। ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ ହେଉ କିମ୍ବା ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ, ଗଲା ୫ ବର୍ଷରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାରେ ଆନ୍ଦୋଳନର ନେତୃତ୍ୱ ନେଇ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରିଛନ୍ତି ପ୍ରଦୀପ ମାଝୀ।

ସେପଟେ ଉଭୟ ବିଜେପି ଓ କଂଗ୍ରେସକୁ ଚେକ୍ ଦେବା ପାଇଁ ବହୁ ଅଙ୍କ କଷିବା ପରେ ଶେଷରେ ମନ୍ତ୍ରୀ ରମେଶ ମାଝୀଙ୍କୁ ଭରସା କରିଛି ବିଜେଡି। ଝରିଗାଁ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ବିକାଶ ମନ୍ତ୍ରୀ ରମେଶ ମାଝୀଙ୍କର ମଧ୍ୟ ଜିଲ୍ଲାରେ ରହିଛି ଅନେକ ସାଂଗଠନିକ ଦକ୍ଷତା। ଚଳିତ ନିର୍ବାଚନରେ ବଦଳୁଥିବା ସମୀକରଣ ଭିତରେ ଦଳ ସଫଳତା ଲାଭ କରିବ ବୋଲି ଆଶା ବାନ୍ଧିଛନ୍ତି ରମେଶ ମାଝୀ।



from Odisha Reporter https://ift.tt/2CSzmTW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages