
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ରେଳଲାଇନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି- “ବହୁତ ଦୁଃଖ ଲାଗୁଛି ଦେଖିକି ଯେ, ନବୀନ କିପରି ନିଜ କୋଟେରୀ (ଗୋଷ୍ଠୀ) ଦ୍ୱାରା ଅନ୍ଧାରରେ ରହିଛନ୍ତି, ଧୋକା ଖାଉଛନ୍ତି। ନିଜେ ବିଜୁ ଅଙ୍କଲ ହିଁ, ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଜଣେ ବହୁତ ବଡ଼ ସମର୍ଥକ ଥିଲେ। କେନ୍ଦ୍ରାପଡ଼ା ପାଇଁ ୪୦ ବର୍ଷର ଏହି ପୁରୁଣା ସ୍ୱପ୍ନ ସେ ପର୍ଯ୍ୟନ୍ତ କାଗଜପତ୍ରରେ ସୀମିତ ଥିଲା, ଯେପର୍ଯ୍ୟନ୍ତ ମୁଁ ସାଂସଦ ହୋଇନଥିଲି। ଶହ ଶହ ସମୀକ୍ଷା ବୈଠକ କରି, ବାରମ୍ବାର ଦାବି କରି ଏହାକୁ ପୂରଣ କରିଛି।”

ଗତକାଲି ନବୀନ ପଟ୍ଟନାୟକ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ଅଭିଯୋଗ ଆଣିଥିଲେ ଯେ, ବୈଜୟନ୍ତ କେନ୍ଦ୍ରାପଡ଼ା ପାଇଁ ନୁହେଁ, ନିଜ ଶିଳ୍ପ ପାଇଁ ରେଳ ସଂଯୋଗ କରିବାକୁ ଚେଷ୍ଟା କରୁଥିଲେ।
ଅଧିକ ପଢ଼ନ୍ତୁ-ବୈଜୟନ୍ତଙ୍କ ନାଁ ନନେଇ ଟାର୍ଗେଟ କଲେ ନବୀନ
from Odisha Reporter http://bit.ly/2IxEiST
No comments:
Post a Comment