ସ୍ମିଥଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ୧୩୯ରେ ସୀମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ସ୍ମିଥଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ୧୩୯ରେ ସୀମିତ

ଜୟପୁର: ଷ୍ଟିଭ୍‌ ସ୍ମିଥଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ରୟାଲସ ଘରୋଇ ପଡ଼ିଆରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୩ ୱିକେଟ୍‌ ହରାଇ କେବଳ ୧୩୯ ରନ୍‌ କରିବାକୁ ସକ୍ଷମ ହୋଇଛି।

ଫଳରେ ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ପାଇଁ ବେଶ ଜଣାଶୁଣା କୋଲକାତାକୁ ମାତ୍ର ୧୪୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ସ୍ମିଥ ୭୩* ଓ ଜୋଶ ବଟଲର ୩୭ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ବିଶେଷ କରି ବେନ୍‌ ଷ୍ଟୋକ୍ସ ସମସ୍ତଙ୍କୁ ପୁଣିଥରେ ନିରାଶ କରିଥିଲେ।

କୋଲକାତା ଟସ୍‌ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳୀୟ ସ୍କୋର ୫ ରହିଥିବା ବେଳେ ଅଧିନାୟକ ଅଜିଙ୍କ୍ୟ ରାହଣେ(୫) ଆଉଟ୍‌ ହୋଇଯାଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସ୍ମିଥ ଅନ୍ୟତମ ଓପନର ବଟଲରଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୧.୫ ଓଭରରେ ୭୭ ରନ୍‌ରେ ପହଞ୍ଚାଇଥିଲେ। ତେବେ ୩୭ ରନ୍‌ କରିଥିବା ବଟଲରଙ୍କୁ ହ୍ୟାରି ଗୁରନେ ଆଉଟ୍‌ କରି ଏହି ଭାଗିଦାରୀକୁ ଭାଙ୍ଗିଥିଲେ।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ତ୍ରିପାଠୀ(୬) ମଧ୍ୟ ବେଶି ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ତାଙ୍କୁ ମଧ୍ୟ ଗୁରନେ ନିଜର ଦ୍ୱିତୀୟ ଶିକାର ବନାଇଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ବେନ୍‌ ଷ୍ଟୋକ୍ସ ନିଜ ଦକ୍ଷତା ଅନୁସାରେ ଆଦୌ ବ୍ୟାଟିଂ କରିପାରି ନଥିଲେ।

ସେ ୧୪ଟି ବଲ୍‌ରେ ମାତ୍ର ୭ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସ୍ମିଥ ଏକାକୀ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ଦଳୀୟ ସ୍କୋରକୁ ୧୪୦ ପାର କରାଇ ପାରି ନଥିଲେ। ସ୍ମିଥ ଶେଷ ପର୍ଯ୍ୟନ୍ତ ୭୬ ରନ୍‌ ଓ ଷ୍ଟୋକ୍ସ ୭ ରନ୍‌ କରି ଅପରାଜିତ ରହିଥିଲେ।

କୋଲକାତା ପକ୍ଷରୁ ଗୁରନେ ୨ଟି ୱିକେଟ୍‌ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍‌ ନେଇଥିଲେ।



from Odisha Reporter http://bit.ly/2OVdYCq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages