
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ର ସବୁ ଲିଗ୍ ମ୍ୟାଚ୍ ପାଇଁ ତାରିଖ ଏବଂ ଭେନ୍ୟୁ ଘୋଷଣା ହୋଇଥିଲେ ହେଁ ପ୍ଲେ-ଅଫ୍ ଏବଂ ଫାଇନାଲ୍ ମ୍ୟାଚ୍ କେଉଁଠି ହେବ ସେକଥା ଏଯାଏ ଘୋଷଣା ହୋଇନାହିଁ। ଦେଶରେ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ବିସିସିଆଇ ଆଇପିଏଲ୍ ମ୍ୟାଚ୍କୁ ତଦ୍ନୁଯାୟୀ ଆୟୋଜିତ କରାଉଛି। ତେବେ ଆସନ୍ତାକାଲି ସିଓଏ ଏବଂ ବିସିସିଆଇର ବୈଠକ ବସିବ। ଏଥିରେ ଆଇପିଏଲ୍ର ଫାଇନାଲ୍ ମ୍ୟାଚ ଏବଂ ପ୍ଲେ-ଅଫ କେଉଁଠି ହେବ, ସେକଥା ସ୍ଥିର କରାଯିବ।
ମିଳିଥିବା ସୂଚନା ଅନୁସାରେ ଆଇପିଏଲ୍ର ୧୨ତମ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ମୁମ୍ବାଇରେ ହେବ। ସେହିପରି ଦୁଇଟି ଯାକ ପ୍ଲେ-ଅଫ ଏବଂ ଏଲିମିନେଟର ମ୍ୟାଚ ଚେନ୍ନାଇ ଓ ହାଇଦ୍ରାବାଦ୍ରେ ଖେଳାଯିବ।
ଆସନ୍ତାକାଲିର ବୈଠକରେ ସିଓଏ ସଦସ୍ୟଙ୍କ ସମେତ ବିସିସିଆଇର ଆକ୍ଟିଂ ସଭାପତି ସିକେ ଖାନ୍ନା, ଆକ୍ଟିଂ ସଚିବ ଅମିତାଭ ଚୌଧୁରୀ ଓ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପ୍ରମୁଖ ଯୋଗଦେବେ। ଆଇପିଏଲ୍ ବ୍ୟତୀତ ଆସନ୍ତାକାଲି ଅନ୍ୟାନ୍ୟ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।
from Odisha Reporter http://bit.ly/2I3VvD6
No comments:
Post a Comment