ପାକ୍ ପେସ୍ ବୋଲର୍‌ଙ୍କ ବାଉନ୍ସର୍‌ରେ ଭାଙ୍ଗିଲା ବ୍ୟାଟ୍ସମ୍ୟାନ୍‌ଙ୍କ ହେଲମେଟ୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ପାକ୍ ପେସ୍ ବୋଲର୍‌ଙ୍କ ବାଉନ୍ସର୍‌ରେ ଭାଙ୍ଗିଲା ବ୍ୟାଟ୍ସମ୍ୟାନ୍‌ଙ୍କ ହେଲମେଟ୍, ଦେଖନ୍ତୁ ଭିଡିଓ

ଲଣ୍ଡନ: ମେ’ ୩୦ ତାରିଖରୁ ହେବାକୁଥିବା ୱାର୍ଲ୍ଡ କପ୍ ପାଇଁ ପାକିସ୍ତାନ ଟିମରେ ଏଭଳି ଜଣେ ଖେଳାଳି ସ୍ଥାନ ପାଇଛନ୍ତି, ଯିଏ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ହେଉଛନ୍ତି ପେସ୍ ବୋଲର ମହମ୍ମଦ ହସନେନ୍। ଡାହାଣହାତୀ ଏହି ପେସ୍ ବୋଲରଙ୍କୁ ପାକିସ୍ତାନର ପରବର୍ତ୍ତୀ ସୁପରଷ୍ଟାର୍ କୁହାଯାଉଛି।

ବର୍ତ୍ତମାନ ସେ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ପାକିସ୍ତାନ ଟିମ୍ ପକ୍ଷରୁ ପ୍ରାକ୍ଟିସ୍ ମ୍ୟାଚ୍ ଖେଳୁଛନ୍ତି। ନର୍ଥହାମ୍ପଟନଶାୟର ବିପକ୍ଷ ପ୍ରାକ୍ଟିସ୍ ମ୍ୟାଚରେ ହସନେନ୍ ନିଜର ସ୍ପିଡର ଯାଦୁ ଦେଖାଇଛନ୍ତି ଏବଂ ଏଭଳି ବାଉନ୍ସର ପକାଇଛନ୍ତି, ଯାହା ସମସ୍ତଙ୍କ ହୋଶ୍ ଉଡ଼ାଇ ଦେଇଛି।

ତେବେ ଏହି ମ୍ୟାଚରେ ହସନେନଙ୍କ ଏକ ବାଉନ୍ସର ନର୍ଥହାମ୍ପଟନଶାୟର ଟିମର ବ୍ୟାଟ୍ସମ୍ୟାନ୍ ରିକାର୍ଡୋ ଭାସ୍କୋନସେଲୋସଙ୍କ ହେଲମେଟରେ ବାଜିଥିଲା। ହସନେନଙ୍କ ବାଉନ୍ସର ଏତେ ଦ୍ରୁତ ଥିଲା ଯେ, ବ୍ୟାଟ୍ସମ୍ୟାନଙ୍କ ହେଲମେଟ୍ ଭାଙ୍ଗିଯାଇଥିଲା।

ହସନେନଙ୍କ ବଲ ବ୍ୟାଟ୍ସମ୍ୟାନଙ୍କ ହେଲମେଟରେ ବାଜିବା ପରେ ଅମ୍ପାୟାର ତୁରନ୍ତ ଫିଜିଓଙ୍କୁ ଡକାଇଥିଲେ। ଏହା ପରେ ବ୍ୟାଟ୍ସମ୍ୟାନ୍ ରିଟାୟର୍ଡ ହର୍ଟ ହୋଇଥିଲେ। ହସନେନ୍ ନିଜର ପରବର୍ତ୍ତୀ ଓଭରରେ ପୁଣି ଏକ ବାଉନ୍ସର ପକାଇଥିଲେ ଏବଂ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଥର୍ଷ୍ଟନଙ୍କୁ ମୁଣ୍ଡରେ ବଲ୍ ବାଜିଥିଲା। ଅମ୍ପାୟାର ପୁଣିଥରେ ଫିଜିଓଙ୍କୁ ଡକାଇ ବ୍ୟାଟ୍ସମ୍ୟାନଙ୍କ ସ୍ଥିତି ଯାଞ୍ଚ କରିଥିଲେ।

ତେବେ ହସନେନ୍ ପ୍ରଥମଥର ଏଭଳି ବାଉନ୍ସର ଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ହୋଶ୍ ଡଡ଼ାଇ ନାହାନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଏହି ବୋଲରଙ୍କ ଏକ ବାଉନ୍ସର ଆରୋନ୍ ଫିଞ୍ଚଙ୍କ ହେଲମେଟରେ ବାଜିଥିଲା। କିନ୍ତୁ ଏଥିରେ ଫିଞ୍ଚଙ୍କୁ କୌଣସି ଆଘାତ ଲାଗିନଥିଲା। ସୂଚନାଯୋଗ୍ୟ, ହସନେନ୍ ପିଏସଏଲରେ ମଧ୍ୟ ନିଜ ସ୍ପିଡ୍ ଦ୍ୱାରା ନିଜ ଟିମ୍ କ୍ୱେଟା ଗ୍ଲାଡିଏଟର୍ସକୁ ଚାମ୍ପିଅନ୍ କରାଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2GBZweE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages