ଆରମ୍ଭରୁ ଇଭିଏମ୍‌ ଅଚଳ, ଭୋଟ୍‌ ଦେଲେ ହେବିୱେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଆରମ୍ଭରୁ ଇଭିଏମ୍‌ ଅଚଳ, ଭୋଟ୍‌ ଦେଲେ ହେବିୱେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭ୍ରାଟ ଆଉ ବିବାଦ ଭିତରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ। ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ମୋଟ୍ ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ରେ। ଗତ ୩ଟି ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ କିନ୍ତୁ ଅବ୍ୟବସ୍ଥାର ମାତ୍ରା ଅଧିକ ଦେଖିବାକୁ ମିଳିଛି। କେଉଁଠି ଇଭିଏମ୍‌ରେ ତ୍ରୁଟି ତ ଆଉ କେଉଁଠି ଭୋଟବର୍ଜନ କରିଥିଲେ ମତଦାତା।

ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । କେଉଁଠି ଲମ୍ବା ଲାଇନ ଲଗାଇ ମତାଧିକାର ସାବ୍ୟସ୍ତ କରିଥିଲେ ଜନତା ତ ଆଉ କେଉଁଠି ଭାରରେ ବୁହାହୋଇ ଆସି ଭୋଟ୍ ଦେଇଥିଲେ ଭିନ୍ନକ୍ଷମ। ନୂଆ, ପୁରୁଣା ସବୁ ଭୋଟରଙ୍କ ଭିତରେ କିନ୍ତୁ ବାରି ହୋଇପଡୁଥିଲା ଭିନ୍ନ ଏକ ଉତ୍କଣ୍ଠା।

ତେବେ ୩ଟି ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ଏକାଧିକ ସ୍ଥାନରେ ଟେନ୍ସନ୍ ବଢ଼ାଇଥିଲା ଇଭିଏମ୍ । ଶତାଧିକ ବୁଥ୍‌ରେ ମତଦାନ ପୂର୍ବରୁ ଇଭିଏମ୍ ଅଚଳ ହୋଇପଡ଼ିଥିଲା। ଫଳରେ ବହୁ ସ୍ଥାନରେ ଭୋଟଗ୍ରହଣରେ ବିଳମ୍ବ ହୋଇଥିଲା । ଆଳିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ଦଳୀୟ ଚିହ୍ନ ଥିବା ଉତ୍ତରୀୟକୁ ପକାଇ ଭୋଟ୍ ଦେବା ନେଇ ଦେଖାଦେଇଥିଲା ବିବାଦ। ସେପଟେ ସାଲେପୁର ନିର୍ବାଚନମଣ୍ଡଳୀ ରାଇସୁଙ୍ଗୁଡ଼ା ବୁଥ୍‌ରେ ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଥିଲା। ଏଠାରେ ଦୁଇ ଭୋଟର ଅଭିଯୋଗ କରିଥିଲେ, ସେମାନଙ୍କ ବଦଳରେ ଅନ୍ୟ କେହି ଭୋଟ୍ ଦେଇଛନ୍ତି।

 

ଏପଟେ ବିକାଶ ଆଉ ଅପପୁଷ୍ଟିର ଅପବାଦରୁ ମୁକ୍ତି ପାଇବାର ଆଶା ରଖି ନେତା ବାଛିଛନ୍ତି ନଗଡ଼ା ବାସିନ୍ଦା। ତଳ, ଉପର ଓ ମଝି ନଗଡ଼ା ଏବଂ ନିକଟସ୍ଥ ଅଶୋକଝର ବାସିନ୍ଦା ମତାଧିକାର ସାବ୍ୟସ୍ତ କରିଛନ୍ତି। ହେଲେ ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ଭୋଟ୍ ବର୍ଜନର ଚିତ୍ର। କେଉଁଠି ପୋଲ ଏବଂ ପାନୀୟ ଜଳ ସମସ୍ୟାରେ ଅତିଷ୍ଠ ହୋଇ ଲୋକେ ଭୋଟ ବର୍ଜନ କରିଛନ୍ତି ତ ଆଉ କେଉଁଠି ଭୋଟ୍ ଦାନରୁ ବିରତ ହୋଇଛନ୍ତି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ । . ସେହିପରି କାରଖାନାର ଧୂଳିଧୂଆଁ ଭିତରେ ଜୀବନ କାଟୁଥିବା ଯାଜପୁର ବାରଗାଡ଼ିଆର ୩୦୨ ପରିବାର ଭୋଟବର୍ଜନ କରିଛନ୍ତି।।

ଧାଡ଼ିରେ ହେବିୱେଟ୍‌

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ଦଳର ନେତା ତଥା ପ୍ରାର୍ଥୀ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେପିର ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, ପାଟକୁରା ଆସନର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, କଂଗ୍ରେସର ନୀଳଗିରି ବିଧାୟକ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀ ଭୋଟ ଦେଇ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି ।

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ, ଆଳିର କଂଗ୍ରେସ ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା, ବିଜେଡିର ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ମଧ୍ୟ ନିଜ ବୁଥ୍‌କୁ ଯାଇ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସେହିପରି ମନ୍ତ୍ରୀ ତଥା ବର୍ତ୍ତମାନର ବାସୁଦେବପୁର ବିଜେଡି ବିଧାୟକ ବିଜୟଶ୍ରୀ ରାଉତରାୟ, ବିଜେଡିର ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ, କଂଗ୍ରେସର ଜଗତସିଂହପୁର ବିଧାୟକ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ, ବିଜେପିର ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତ, ବିଜେଡିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି, କୋରେଇ ବିଜେଡି ବିଧାୟକ ଆକାଶ ଦାସନାୟକ, ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ, ବିଜେଡିର ଭୋଗରାଇ ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ, ନିମାପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେଡି ବିଧାୟକ ପ୍ରାର୍ଥୀ ସମୀର ରଂଜନ ଦାସ  ଚତୁର୍ଥ ପଯର୍ୟାୟରେ ନିର୍ବାଚନରେ ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ବିଏସପି ପ୍ରାର୍ଥୀ କାଜଲ ନାୟକ ମଧ୍ୟ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ଭୋଟ ଦେଇଛନ୍ତି ।



from Odisha Reporter http://bit.ly/2XSf9pl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages