
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଣ୍ଡପଡ଼ା ବିଜେଡିରେ ବିଦ୍ରୋହ ଆରମ୍ଭ ହୋଇଛି। ବର୍ତ୍ତମାନର ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଟିକେଟ ନମିଳିଲେ ସେ ସ୍ୱାଧୀନ ଭାବେ ଲଢ଼ିବେ। ଏପରି ଚେତାବନୀ ଦେଇଛନ୍ତି ଅନୁଭବଙ୍କ ସମର୍ଥକ। ଖଣ୍ଡପଡ଼ାରୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବା ମେଇ ଚର୍ଚ୍ଚା ଜୋର୍ ଧରିବା ପରେ ଅନୁଭବଙ୍କ ସମର୍ଥକମାନେ ଆଜି ଏକ ଜରୁରୀ ବୈଠକ କରିଥିଲେ।
ଅନୁଭବ ୫ ବର୍ଷ ସରକାର ଓ ବିଜେଡି ପାଇଁ କାମ କରିଥିବା ସତ୍ତ୍ୱେ କେଉଁ ଆଧାରରେ ତାଙ୍କର ଟିକେଟ କଟାଯିବ ବୋଲି ଅନୁଭବଙ୍କ ସମର୍ଥକମାନେ ପ୍ରଶ୍ନ କରିଛନ୍ତି।
ସୂଚନାରୁ ପ୍ରକାଶ, ଗତ ନିର୍ବାଚନରେ ଖଣ୍ଡପଡ଼ାରୁ ଅନୁଭବ ପଟ୍ଟନାୟକଙ୍କ ବିରୋଧରେ ଆମ ଓଡ଼ିଶା ପାର୍ଟିରୁ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିଲେ। ମାତ୍ର ବହୁତ କମ ବ୍ୟବଧାନରେ ସୌମ୍ୟରଞ୍ଜନ ହାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ।
ସୌମ୍ୟରଞ୍ଜନ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ହେବେ ବୋଲ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ଏପରି ସ୍ଥିତିରେ ଖଣ୍ଡପଡ଼ାରୁ କିଏ ପ୍ରାର୍ଥୀ ହେବେ, ସେନେଇ ବିଜେଡି ମୁଖିଆ ଘୋଷଣା କରୁନାହାନ୍ତି। ଯାହାକୁ ନେଇ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
କିନ୍ତୁ ଏନେଇ ବିଧାୟକ ଅନୁଭବ ପଟ୍ଟନାୟକ ମୁହଁ ଖୋଲି ନାହାନ୍ତି।
from Odisha Reporter https://ift.tt/2CP7Cj8
No comments:
Post a Comment