
ନୂଆଦିଲ୍ଲୀ: ବିଜୟ ନିକଟତର ପହଞ୍ଚି ହାରିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟରଙ୍କୁ ବ୍ୟଥିତ କରିଛି। ମ୍ୟାଚ ପରେ ଆୟର କହିଥିଲେ, ପଞ୍ଜାବ ବିପକ୍ଷରେ ଆମେ ଭୟଭୀତ ହୋଇଯାଇଥିଲୁ ଏବଂ ଲକ୍ଷ୍ୟର ସଠିକ ଅନୁମାନ ଲଗାଇ ପାରିନଥିଲୁ। ଏହି କାରଣରୁ ଆମେ ୧୪ ରନରେ ହାରିଲୁ ବୋଲି ଆୟର କହିଛନ୍ତି।
ବିଜୟ ପାଇଁ ୧୬୭ ରନର ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୯.୨ ଓଭରରେ ୧୫୨ ରନରେ ଅଲଆଉଟ ହୋଇଯାଇଥିଲା। ଆୟର କହିଛନ୍ତି, ଏହି ପରାଜୟକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଆମ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଥିଲା ଏବଂ ମ୍ୟାଚ ହାରିବା ଆମ ପାଇଁ ଭଲ ନୁହେଁ।
ଏଭଳି ବିଜୟୀ ମ୍ୟାଚକୁ ହାତଛଡ଼ା କରିବା ନୈରାଶ୍ୟଜନକ। ଆମେ ଯେଉଁଭଳି ଖେଳୁଥିଲୁ, ଆମକୁ ପ୍ରତି ବଲରେ ୧ ରନ୍ ଆବଶ୍ୟକ ହେଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଟିମ ଆତ୍ମସମର୍ପଣ କରିଦେଇଥିଲା। ଆମେ ସ୍ମାର୍ଟ କ୍ରିକେଟ ଖେଳିବାରେ ବିଫଳ ହେଲୁ ଏବଂ ପଞ୍ଜାବ ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ପରାଜୟ ଆମକୁ ପରବର୍ତ୍ତୀ ମ୍ୟାଚରେ ଫେରିବା ପାଇଁ କଷ୍ଟକର ହେବ ବୋଲି ଆୟର କହିଛନ୍ତି।
from Odisha Reporter https://ift.tt/2Vc3P6P
No comments:
Post a Comment