
ତେଲକୋଇ(ଚିନ୍ମୟ କୁମାର ସାହୁ): ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବିଥିବେ ଭୁବନେଶ୍ୱରର ଗୋଟିଏ ନବୀନ ନିବାସ ରହିଛି। ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ରୁହନ୍ତି। ଆଉ ସେଇଟି ହିଁ ନେତା, କର୍ମୀଙ୍କ ଗହଳି ଜମେ। ଯେଉଁଠି ରାଜନୀତିକ ଗଣିତର ହିସାବନିକାଶ କରନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ତେବେ କେନ୍ଦୁଝରରେ ଆଉ ଗୋଟିଏ ନବୀନ ନିବାସ ଥିବା ଶୁଣି ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱଭାବିକ୍। ତେବେ ଆମେ ଏଠି ଆପଣଙ୍କ ସବୁ କନ୍ଫ୍ୟୁଜନକୁ ଦୂର କରିଦେଉଛୁ। କଥା ହେଉଛି ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି।
ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିବେ। ଏଥିପାଇଁ ତେଲକୋଇର ପିଡବ୍ଲ୍ୟୁଡି ବଙ୍ଗଳାକୁ ଅବିକଳ ନବୀନ ନିବାସରେ ଉପଲବ୍ଧ ସବୁ ଜିନିଷ ସାଙ୍ଗକୁ ଅନୁରୂପ ଢଙ୍ଗରେ ସଜାଯାଉଛି। ଏଥିପାଇଁ ବିଜେଡି ନେତା ଓ କର୍ମୀମାନେ ରାତିଦିନ ଏକ କରିଦେଇଛନ୍ତି। କାରଣ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ତେଲକୋଇ ଆସୁଛନ୍ତି। ଆଉ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀଭାବେ ସେ ଏଠାରେ ଲଞ୍ଚ୍ କରିବେ।
ପ୍ରାୟ ୨ଘଣ୍ଟା ବିତାଇବାର କାର୍ଯ୍ୟକ୍ରମ ଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପ୍ରକାଶ ପାଇଛି। ଦୀର୍ଘ ଦିନରୁ ଜରାଜୀର୍ଣ୍ଣ ହୋଇ ରହିଥିଲା ଏହାକୁ ପିଡବ୍ଲ୍ୟୁଡି ପକ୍ଷରୁ ମରାମତି ଆରମ୍ଭ କରାଯାଇଛି। ଏମିତିକି ବଙ୍ଗଳାଟିକୁ ନବୀନ ନିବାସରେ ପରିଣତ କରିବାରେ ଲାଗିପଡିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣା ନର୍ବାଚନ ମଣ୍ଡଳୀର ସାହାରପଡ଼ାରେ ସକାଳ ୧୦ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ପଦ୍ମପୁରରେ ପ୍ରଚାର ପରେ ହେଲିକପ୍ଟର ଯୋଗେ ୧୨ଟା୧୫ରେ ତେଲକୋଇ ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ। ସେଠାରେ ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପୁଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ଵ୍ୟଵସ୍ଥା କରାଯାଉଛି। ସବୁଠୁ ବଡ଼ କଥା ହେଉଛି ତେଲକୋଇର ପିଡବ୍ଳ୍ୟୁଡି ବଙ୍ଗଳାରେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରହିଛି।
from Odisha Reporter http://bit.ly/2IpBl6S
No comments:
Post a Comment