
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତରେ ବିଭିନ୍ନ ପରମ୍ପରା ଓ ସଂସ୍କୃତିର ଗନ୍ଥାଘର। ଆଉ ଏହି ପରମ୍ପରା ଭାରତକୁ ଅନ୍ୟ ଦେଶ ଓ ପରମ୍ପରାଠାରୁ ସ୍ୱତନ୍ତ୍ର କରାଇଥାଏ। ଭାରତରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମୃଦ୍ଧ ପରମ୍ପରା ବି ଅଛି। ଯାହା ହଜାର ବର୍ଷର ପୁରୁଣା। ଆରଧନା ଫାଉଣ୍ଡେସନ୍ ଓ ସଂସ୍କାର ଭାରତୀର ମିଳିତ ସହଯୋଗରେ ଏହି ପରମ୍ପରାକୁ ସମୃଦ୍ଧ କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀସ୍ଥିତ ଗୁରୁଗ୍ରାମ୍ରେ ଆୟୋଜିତ ହେଉଛି ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ମହୋତ୍ସବ।
ଏପ୍ରିଲ୍ ୨୭ ଶନିବାର ଅପରାହ୍ନ ୭ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଙ୍ଗଭୂମି ମୁକ୍ତାକାଶ ରଙ୍ଗମଞ୍ଚରେ (Kingdom of Dreams Sec-29, Gurugram,Haryana) ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆୟୋଜିତ ଉତ୍ସବରେ ଅତିଥି ଭାବେ ଶ୍ରୀ ମହେସ ଡାୟମା (Councillor MCG), ଓଡିଶୀ ଗୁରୁ ଇନ୍ଦୁ ଓବେରଏ, ଶ୍ରୀମତୀ ରମନ୍ ପ୍ରମୁଖ ଯୋଗ ଦେଉଛନ୍ତି।
ଏହି କର୍ଯ୍ୟକ୍ରମରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଓଡ଼ିଶାର କ୍ଷାତନାମା ନୃତ୍ୟୁଗୁରୁ ପଞ୍ଚାନନ୍ ଭୁୟାଁ ଓ ଗୁରୁ ଶ୍ରୀମତି ପ୍ରିୟମ୍ବଦା ସାମନ୍ତରାୟ।
ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ ଅନେକ ହାଇ ପ୍ରୋଫାଇଲ୍ ନୃତ୍ୟ ଆୟୋଜନ କରିଥିବା ଆରାଧନା ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମରେ ଏଥର ରହିଛି ଦଳଗତ ଓଡ଼ିଶୀ ନୃତ୍ୟ। ସେହିପରି ଏହି କାର୍ଯ୍ୟକ୍ରମରେ ଟ୍ୟାପ୍ ୟୋର୍ ଫିଟ୍ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା କଥକ ନୃତ୍ୟ ଆୟୋଜିତ ହେବ। ଶ୍ରୀକାନ୍ତ ପଣ୍ଡା ଓ ଗ୍ରୁପ୍ ଦ୍ୱାରା ସାଧନା- ତବଲାସ୍ ଏବଂ ଗୁରୁକୁଳ ସଙ୍ଗୀତ ଏକାଡେମୀ ଦ୍ୱାରା ହିନ୍ଦୁସ୍ତାନୀ ସ୍ୱର ସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ।

from Odisha Reporter http://bit.ly/2GzO0BW
No comments:
Post a Comment