
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଶେଷ ଯାଏ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦିଆଯିବ। ଉଭୟଙ୍କୁ ସୁରକ୍ଷା କର୍ମୀ ଓ ଏସକର୍ଟ ଯୋଗାଇ ଦିଆଯିବ ବୋଲି ଆଜି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି,“ଉଭୟ ଘଟଣାରେ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ସୂଚନାଯୋଗ୍ୟ, ଗତକାଲି ମଧ୍ୟ-ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ସେ ପ୍ରଚାର ଶେଷ କରି କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସେହିପରି ମଧ୍ୟ-ଭୁବନେଶ୍ୱର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଲପରକୁ ବୋମାମାଡ଼ ହୋଇଥିଲା। ଝାରପଡ଼ା କେନାଲ ରୋଡ୍ ପାଖରେ ତାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅନନ୍ତ କହିଛନ୍ତି। ଏଥରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି।
from Odisha Reporter http://bit.ly/2GyCnem
No comments:
Post a Comment