ନବୀନ ସ୍କୁଲ ପିଲାଙ୍କ ପରି କାନ୍ଦୁଛନ୍ତି, ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ନବୀନ ସ୍କୁଲ ପିଲାଙ୍କ ପରି କାନ୍ଦୁଛନ୍ତି, ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି: ବୈଜୟନ୍ତ

baijayantnaveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାକୁ ରେଲୱେ ଲାଇନ୍‌ ନଆସିବା ନେଇ ବିଜେଡି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପରେ ଦୋଷ ଲଦିବା ପରେ ଶ୍ରୀ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ସମ୍ବାଦ ସାରବରାହ ସଂସ୍ଥା ଏଏନଆଇକୁ ସେ କହିଛନ୍ତି ଯେ ନବୀନ ତାଙ୍କ ନାମରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି।

ବର୍ତ୍ତମାନ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିବା ଶ୍ରୀ ପଣ୍ଡା ଏହି ଅବସରରେ କହିଛନ୍ତି, “ମୋତେ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ, ଏଭଳି ଡାହାମିଛ ଓ ଭିତ୍ତିହୀନ ଅଭିଯୋଗ ଆଣି ନବୀନ ନିଜକୁ ତଳ ସ୍ତରକୁ ନେଇଯାଉଛନ୍ତି। ବେଳେବେଳେ ସେ ସ୍କୁଲ ପିଲାଙ୍କ ପରି କାନ୍ଦୁଛନ୍ତି। ପୁଣି କେତେବେଳେ କହୁଛନ୍ତି ମୁଁ କୁଆଡ଼େ ତାଙ୍କ ସ୍ୱସ୍ଥ୍ୟ ବାବଦରେ ଅପପ୍ରଚାର କରୁଛି। କେତେବେଳେ ସେ କହୁଛନ୍ତି ମୁଁ କୁଆଡ଼େ ତାଙ୍କ ଆସନ ଉପରେ ନଜର ପକାଉଛି। ୧୮ ବର୍ଷର ସରକାରରେ ମୁଁ କେବେ ମଧ୍ୟ କୌଣସି ପଦପଦବୀ ପଛରେ ପଡ଼ିନାହିଁ।”

ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାରେ ମତଦାନ ହେବାର ଅଛି। ଏହି ଅବସରରେ ନଵୀନଙ୍କ ଏଭଳି ଅଭିଯୋଗର ଜବାବ ରଖି ବୈଜୟନ୍ତ କହିଛନ୍ତି, କେନ୍ଦ୍ରାପଡ଼ାର ଲୋକେ ଭଲ ଭାପରେ ଜାଣନ୍ତି ମୁଁ କେନ୍ଦ୍ରାପଡ଼ାରେ ରେଳ ପ୍ରକଳ୍ପ ଆରମ୍ଭ କରିବା ପାଇଁ କେତେ ପ୍ରୟାସ କରିଛି। ମୋ ବିରୋଧରେ ଏଭଳି ଅପପ୍ରଚାର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ନିର୍ଦ୍ଦିଷ୍ଟ ଏକ କୋଟେରୀର ଷଡ଼ଯନ୍ତ୍ର ବ୍ୟତୀତ ଆଉ କିଛି ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ୧୮ ବର୍ଷରେ ନବୀନ ମୋ ଉପରେ କେବେ ମଧ୍ୟ ସନ୍ଦେହ କରିନଥିଲେ। ୯୦ ବର୍ଷ ଧରି ତାଙ୍କ ଜେଜେବାପା ଏବଂ ମୋ ଜେଜେବାପାଙ୍କ ମଧ୍ୟରେ ସମ୍ପର୍କ, ମୋ ବାପା ଏବଂ ନବୀନଙ୍କ ବାପାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଏବଂ ବିଜୁ ଅଙ୍କଲଙ୍କ ଅବିରତ ପ୍ରୋତ୍ସାହନରେ ଆମ ପାରବାରିକ ଶିଳ୍ପ ଓ ବ୍ୟବସାୟ ଆଜି ଓଡ଼ିଶାରେ ୧୦ ହଜାର ନିଯୁକ୍ତି ସୃଷ୍ଟି କରିପାରିଛି। ଏସବୁ ବାବଦରେ ଗତ ବର୍ଷ ଯାଏ ମୋ ବିରୋଧରେ ତାଙ୍କର କିଛିବି ଅଭିଯୋଗ ଆସିନଥିଲା।

କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବୈଜୟନ୍ତ ଚିନ୍ତା କରୁନଥିଲେ ବୋଲି ନବୀନ ଆଣିଥିବା ଅଭିଯୋଗକୁ ଶ୍ରୀ ପଣ୍ଡା ଖଣ୍ଡନ କରି କହିଛନ୍ତି, ମୁଁ ଏଠାକୁ ଇସ୍ପାତ ପ୍ରକଳ୍ପ ଆଣିଥିଲି, କିନ୍ତୁ କିଛି ଲୋକ କାଳେ ଅନ୍ୟ କାହାକୁ ଶ୍ରେୟ ଚାଲିଯିବ ସେଥିପାଇଁ ଏହା କରେଇ ଦେଲେନାହିଁ। ମୋତେ ଲାଗୁଛି ନବୀନ ପିଲାଙ୍କ ପରି ହେଉଛନ୍ତି।

କେନ୍ଦ୍ରାପଡ଼ାରେ ବିଭିନ୍ନ ପ୍ରକଳ୍ପ କରାଯାଇଥିବା ନେଇ ନବୀନ ପଟ୍ଟନାୟକଙ୍କ ସରକାର ବାରମ୍ବାର ଦାବି କରିବାକୁ ନେଇ ବୈଜୟନ୍ତ ଉତ୍ତରରେ କହିଛନ୍ତି, ମୁଁ ମୋର ପ୍ରଥମ ସଂସଦୀୟ କାର୍ଯ୍ୟକାଳ ସମୟରେ ଏକ ସର୍ଭେ କରିବାରୁ ଜାଣିବାକୁ ପାଇଲି କାଗଜରେ ୮୭୦୦ ପକ୍କା ଘର ତିଆରି ହୋଇଛି। କିନ୍ତୁ ଏସବୁର ସମୀକ୍ଷା କରି ଜାଣିବାକୁ ପାଇଲି ମାତ୍ର ୧୬୦ଟି ଘର ପ୍ରକୃତରେ ତିଆରି ହୋଇଛି ଏବଂ ୮୫୦୦ ଘର କାଗଜକଲମରେ ହିଁ ସୀମିତ ଥିଲା।

ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ରହି ସମ୍ପୂର୍ଣ୍ଣ ସରକାରକୁ ଚଳାଉଥିବା ନେଇ ଚର୍ଚ୍ଚାରେ ଥିବା ତାମିଲ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବାବଦରେ ମଧ୍ୟ ସେ ବର୍ଷିଛନ୍ତି। ସେ କହିଛନ୍ତି, ସମସ୍ତେ ଜାଣନ୍ତି ପାଣ୍ଡିଆନ୍‌ ନାମକ ଏହି ଆଇଏଏସ୍‌ ଅଧିକାରୀ ଜଣକ ଓଡ଼ିଶା ସରକାରଙ୍କୁ ନିଜ ହାତ ମୁଠାକୁ ନେଇଯାଇଛନ୍ତି। ସେ ଅପରାଧୀଙ୍କୁ ଆଶ୍ରୟ ଦେଉଛନ୍ତି। ସେ ଚିଟ୍‌ ଫଣ୍ଡ୍‌ ଏବଂ ଖଣି ଦୁର୍ନୀତି ଆଦି ସହ ସମ୍ପୃକ୍ତ ଲୋକଙ୍କୁ ଆଶ୍ରୟ ଦେଉଛନ୍ତି। ଏପରି ଲୋକେ ମୋ ଉପରେ ଅଭିଯୋଗ ଆଣିବା ହାସ୍ୟାସ୍ପଦ କଥା।

ସୂଚନାଯୋଗ୍ୟ ଯେ, ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ କରିଥିବା ରାଜ୍ୟସଭା ସାଂସଦ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଆଜି କେନ୍ଦ୍ରାପଡ଼ାରେ ପ୍ରଚାର କରିଥିଲେ ନବୀନ। ସେ ସେଠାରେ ଅଭିଯୋଗ ଆଣିଥିଲେ ଉପକୂଳ ଜିଲ୍ଲା ହୋଇ ମଧ୍ୟ ଏଯାଏ କେନ୍ଦ୍ରାପଡ଼ାକୁ ରେଲୱେ ଲାଇନ୍‌ ନ ଆସିବା ପାଇଁ ବୈଜୟନ୍ତ ହିଁ ଦାୟୀ। ପୂର୍ବରୁ ମଧ୍ୟ ଅନୁଭବଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ନବୀନ ବୈଜୟନ୍ତଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରିଥିଲେ। ବୈଜୟନ୍ତଙ୍କ ବାପା ତଥା ବିଶିଷ୍ଟ ଶିଲ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ ସମୟରେ ତାଙ୍କ ଶେଷ ଦର୍ଶନ ପାଇଁ ନ ଯାଇ ପାରିବାରିକ ସମ୍ପର୍କ ଭୁଲିବା ପରେ ନବୀନଙ୍କ ଏପରି ମନ୍ତବ୍ୟସବୁ ଏବେ ରାଜନୀତିକ ମହଲରେ ଚର୍ଚ୍ଚାରେ ରହିଛି। କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଅଜସ୍ର ଜନସମର୍ଥନ ମିଳୁଥିବାବେଳେ ବିଜେଡି ଦଳର ଆଦର୍ଶ କୁହାଯାଉଥିବା ବିଜୁ ବାବୁଙ୍କ ପ୍ରିୟ ଆସନ ହରାଇବାର ସମ୍ଭାବନା ଦୃଢ଼ ହେଉଥିବାରୁ ସେ ଏପରି ମନ୍ତବ୍ୟ ଦେଉଥିବା କୁହାଯାଉଛି।



from Odisha Reporter http://bit.ly/2VetXAX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages