ଚେନ୍ନାଇକୁ ୧୬୨ ରନର ଟାର୍ଗେଟ୍ ଦେଲା ଆରସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଚେନ୍ନାଇକୁ ୧୬୨ ରନର ଟାର୍ଗେଟ୍ ଦେଲା ଆରସିବି

ବେଙ୍ଗାଲୁରୁ: ଚଳିତ ଆଇପିଏଲର ୩୯ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଆରସିବି ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଛି। ଫଳରେ ପ୍ଲେଅଫ୍ରେ ସ୍ଥାନ ପକ୍କା କରିବାକୁ ହେଲେ ଚେନ୍ନାଇକୁ ୧୬୨ ରନ୍ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଆରସିବି ପାଇଁ ଏହା ଶେଷ ସୁଯୋଗ।

ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ୍ କୋହଲି ଓ ଏବି ଡି’ଭିଲିୟର୍ସ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଶେଷଭାଗରେ ମୋଇନ ଅଲୀଙ୍କ ଦ୍ରୁତ ୨୫ ରନ୍ ବଳରେ ଆରସିବି ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିବା ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇଁ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ପାର୍ଥିବଙ୍କ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରି ନଥିଲେ । ବିରାଟ୍ ମାତ୍ର ୯ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ ।

ଏହା ପରେ ଏବି (୨୫) ଓ ଅକ୍ଷଦୀପ ନାଥ (୨୪) ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ଇନିଂସ୍ ଖେଳିପାରି ନଥିଲେ । ପାର୍ଥିବ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ । ସେ ୩୭ ବଲରେ ୨ ଚୌକା ଓ ୪ ଛକା ସହ ୫୩ ରନ୍ କରି ଡ୍ୱେନ୍ ବ୍ରାଭୋଙ୍କ ଶିକାର ହୋଇଥିଲେ । ମଧ୍ୟକ୍ରମରେ ମାର୍କସ୍ ଷ୍ଟୋଇନିସ (୧୪), ପୱନ୍ ନେଗି (୫) ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ । ତେବେ ମୋଇନ୍ ୧୬ ବଲରେ ଦ୍ରୁତ ୨୬ (୫ ଚୌକା) ରନ୍ କରି ଆରସିବିକୁ ୧୬୧ ରନରେ ପହଞ୍ଚାଇଥିଲେ । ଚେନ୍ନାଇ ପକ୍ଷରୁ ଚହର, ରବୀନ୍ଦ୍ର ଜାଡେଜା ଓ ବ୍ରାଭୋ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି ।



from Odisha Reporter http://bit.ly/2KSZbKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages