କ୍ୟାମ୍ପସରେ ଛାତ୍ରଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

କ୍ୟାମ୍ପସରେ ଛାତ୍ରଙ୍କୁ ଗୁଳି କରି ହତ୍ୟା

ବାରଣାସୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟୁ ନିଲମ୍ବିତ ହୋଇଥିବା ଜଣେ ଛାତ୍ରଙ୍କୁ କ୍ୟାମ୍ପସ ମଧ୍ୟରେ ଥିବା ଏକ ହଷ୍ଟେଲ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ୍‌ ବିଶ୍ୱବିଦ୍ୟାଳୟର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି।

୨୦୧୭ରେ ବିଶ୍ୱବିଦ୍ୟାଳୟରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗରେ ୨୩ ବର୍ଷୀୟ ଗୌରବ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ସେ କ୍ୟାମ୍ପସ ମଧ୍ୟରେ ଏକ ବସ୍‌କୁ ଜାଳିଦେଇଥିଲେ। ଗୌରବ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରୁଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଗୌରବ ବିର୍ଲା ହଷ୍ଟେଲ ସାମ୍ନାରେ ଛିଡ଼ା ହୋଇ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିଲେ। ଏହି ସମୟରେ ୪ ଜଣ ଯୁବକ ମୋଟର ସାଇକେଲରେ ଆସି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଗୌରବଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରୁ ୩ଟି ତାଙ୍କ ଦେହରେ ମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆ ଯାଇଥିଲେ ହେଁ ରାତି ୧.୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗୌରବଙ୍କ ବାପା ପୁଲିସ୍‌ରେ ଏନେଇ ଅଭିଯୋଗ କରିବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ମହିଳା ଅଧିକାରୀ ରୋୟାନା ସିଂହଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ତଦନ୍ତ ଆରମ୍ଭ କରିଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ।



from Odisha Reporter https://ift.tt/2WFwPnC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages