୬୦୦୦ ଷ୍ଟାଇପେଣ୍ଡ୍‌ ସହ ୫ ଲକ୍ଷ ଛାତ୍ରଛାତ୍ରୀ ପାଇବେ ତାଲିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

୬୦୦୦ ଷ୍ଟାଇପେଣ୍ଡ୍‌ ସହ ୫ ଲକ୍ଷ ଛାତ୍ରଛାତ୍ରୀ ପାଇବେ ତାଲିମ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଜୁଲାଇରୁ ସାରା ଦେଶରୁ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ତାଲିମ୍‌ ପାଇବେ। କେନ୍ଦ୍ର ସରକାରଙ୍କ ସ୍କିମ୍‌ ଫର ହାଇୟର ଏଜୁକେଶନ ୟୁଥ୍‌ ଫର୍‌ ଆପ୍ରେଣ୍ଟିକ୍‌ଶିପ୍‌ ଆଣ୍ଡ୍‌ ସ୍କିଲ୍‌(ଶ୍ରେୟାସ୍‌) ନାମକ ଏକ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ।

ସୂଚନା ଅନୁସାରେ ଏଥିପାଇଁ ପ୍ରାୟ ୯ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ ୬ମାସ ପର୍ଯ୍ୟନ୍ତ ଟ୍ରେନିଂ ପ୍ରଦାନ କରାଯିବ। ଏହି ୬ ମାସର ଟ୍ରେନିଂ ସମୟରେ ସେମାନଙ୍କୁ ୬୦୦୦ ଟଙ୍କା ନିଶ୍ଚିତ ଷ୍ଟାଇପେଣ୍ଡ୍‌ ସାଙ୍ଗକୁ ସରକାରଙ୍କ ପକ୍ଷରୁ ୧୫୦୦ ଟଙ୍କା ମଧ୍ୟ ପ୍ରଦାନ କରାଯିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହା କୁହାଯାଇଛି।

ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କୌଣସି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧ୍ୟୟନ କରି ନାହାନ୍ତି ଖାସ୍‌ ସେଇମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସାରା ଦେଶରୁ ୧୫୩୩ଟି ଅଣବୈଷୟିକ ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏଭଳି ପ୍ରୟାସ କରାଯାଇଛି ବୋଲି ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2uIN33u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages