ବିଜେପିକୁ ଫେରିବାକୁ ଦିଲୀପଙ୍କୁ ଜୁଏଲଙ୍କ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ବିଜେପିକୁ ଫେରିବାକୁ ଦିଲୀପଙ୍କୁ ଜୁଏଲଙ୍କ ଅନୁରୋଧ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଦଳକୁ ଫେରି ଆସନ୍ତୁ, କାମରେ ସହଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଜୁଏଲ କହିଛନ୍ତି,“ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟ ଚାଲିଛି। ଦିଲୀପ ବାବୁ ଏ ସମ୍ପର୍କିତ ପେମେଣ୍ଟର ତଥ୍ୟ ମାଗିଥିଲେ। ଆମେ ଦେଲା ପରେ ସେ ତାକୁ ସ୍ୱାଗତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଁ ସେଥିପାଇଁ ଦିଲୀପ ବାବୁଙ୍କୁ ଧନ୍ୟବାଦ ଜଣାଉଛି।”

ସେ ଆହୁରି କହିଛନ୍ତି,“ ଆସନ୍ତା ୧୫ ତାରିଖ ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଉରକେଲା ଗସ୍ତରେ ଆସିବେ। ଏରୋଡ୍ରମ ନିକଟ ପଡ଼ିଆରେ ସାଧାରଣ ସଭା ହେବ। ସେଠାରେ ନିର୍ବାଚନୀ ପ୍ରଚାର କରିବେ। ଏହା ଦ୍ୱାରା ବିଜେପିକୁ ଫାଇଦା ମିଳିବ।”

ସେ କହିଛନ୍ତି“ପଶ୍ଚିମ ଓଡ଼ିଶାରେ ମୋଦି ଲହର ଖେଳି ଯାଇଛି। ବହୁତ ସିଟରେ ଆମେ ଜିତିବୁ। ଆମେ ସରକାର କରିବୁ।”



from Odisha Reporter http://bit.ly/2UTbREv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages