
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତୀନ୍ ଗଡ଼କରୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ଅଭିନବ ଢଙ୍ଗରେ ଆହ୍ୱାନ କରିଛନ୍ତି। ନାଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଏହି ନେତା କହିଛନ୍ତି, ଲୋକେ ଗତ ୫ ବର୍ଷରେ ହୋଇଥିବା କାମ ଭିତ୍ତିରେ ସରକାର ବାଛନ୍ତି।
ସେ କହିଛନ୍ତି, “ଦେଖନ୍ତୁ, ବର୍ତ୍ତମାନ ଆମ ଶାସନର ପରୀକ୍ଷା ବେଳ। ଶାସକ ଦଳ ଗତ ୫ ବର୍ଷରେ କ’ଣ କାମ କରିଛନ୍ତି ତାହାକୁ ଭିତ୍ତି କରି ହିଁ ସରକାରଙ୍କ ଅନୁଶୀଳନ କରାଯିବା ଆବଶ୍ୟକ। ଯଦି ଲୋକେ ଭାବୁଥିବେ ଆମେ କାମ କରିନୁ, ଅନ୍ୟମାନେ ସୁଯୋଗ ପାଇବେ। ମୋ ମତରେ ରାଜନୀତି କ୍ଷମତା ପାଇଁ ନୁହେଁ, ରାଜନୀତି ହେଉଛି ସମାଜ ପାଇଁ।”
ସେ କହିଛନ୍ତି, ମୁଁ କେବେ ମଧ୍ୟ ଜାତି ରାଜନୀତିରେ ବିଶ୍ୱାସ କରେନାହିଁ। ମୁଁ ବେଳେବେଳେ ମଜାରେ କହେ, ମୁଁ ଯାହା ୫ ବର୍ଷରେ କରିଛି ତାହା କେବଳ ଟ୍ରେଲର। ସେମାନେ ସମ୍ପୂର୍ଣ୍ଣ ଫିଲ୍ମ ଏଯାଏ ଦେଖିନାହାନ୍ତି। ମୁଁ ଜାତି, ଧର୍ମ, ଭାଷା ଏବଂ ଦଳ ନିର୍ବିଶେଷରେ ସମସ୍ତଙ୍କ ପାଇଁ କାମ କରିଆସିଛି। ମତଭେଦ ରହିପାରେ କିନ୍ତୁ ଲୋକଙ୍କ ମଧ୍ୟରେ ବିଭେଦ ବର୍ଜ୍ଜନୀୟ। ତାହା ବିରୋଧୀଙ୍କ ପାଇଁ ମଧ୍ୟ ଲାଗୁ ହେବା କଥା।
ସୂଚନାଯୋଗ୍ୟ ଯେ, ଆସନ୍ତା ଗୁରୁବାର ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।
from Odisha Reporter http://bit.ly/2UA2tp9
No comments:
Post a Comment