ଦେଖନ୍ତୁ କୋଲକାତାର ବିଜୟ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଦେଖନ୍ତୁ କୋଲକାତାର ବିଜୟ ଉତ୍ସବ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସରୁ ସୁପର ଓଭର୍‌ରେ ପରାସ୍ତ ହୋଇଥିବା କୋଲକାତା ନାଇଟ୍‌ରାଇଡର୍ସ ଶୁକ୍ରବାର ବେଙ୍ଗାଲୁରୁକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଛି। ତେବେ ଏହି ବିଜୟର ନାୟକ ସାଜିଥିଲେ ଇଣ୍ଡିଜ୍‌ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ।

ରସେଲଙ୍କ ୧୩ ବଲ୍‌ରେ ଅପରାଜିତ ୪୮ ରନ୍‌ ବଳରେ କୋଲକାତା ପ୍ରତିପକ୍ଷ ବେଙ୍ଗାଲୁରୁକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ହେଲେ ଏହି ବିଜୟ ପରେ କୋଲକାତାର ଖେଳାଳିମାନେ ବେଶ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଥିଲେ।

ଏହି ଉତ୍ସବର ନେତୃତ୍ୱ ନେଇଥିଲେ ଅଷ୍ଟ୍ରେଲୀୟ ଖେଳାଳି କ୍ରିସ୍‌ ଲୀନ୍‌। କ୍ରିସ୍‌ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ନାରାବାଜି କରିଥିବେଳେ ଅନ୍ୟମାନେ ତାଙ୍କ ସହ ତାଳରେ “ପ୍ଲେଇଂ ଫର କେକେଆର ଇଜ୍‌ ଏଭ୍ରିଥିଙ୍ଗ’ ବୋଲି ନାରା ଦେଇଥିଲେ। ଏହାକୁ କେକେଆରର ଅଫିସିଆଲ୍‌ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2KaajSj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages