ଏଥର ଲଢେଇରେ ଆଇଏଏସ-ଆଇପିଏସ, ନେତା-ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଏଥର ଲଢେଇରେ ଆଇଏଏସ-ଆଇପିଏସ, ନେତା-ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପାଳିରେ ରହିଛି ରାଜ୍ୟର ପ୍ରମୁଖ ଲୋକସଭା ଆସନ ଆଉ ଭେଟେରାନ ପ୍ରାର୍ଥୀ। ଗୋଟିଏ ଦିନ ପରେ ଭାଗ୍ୟ ପରୀକ୍ଷା। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଏବଂ ତା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ହେବ ମତଦାନ। ୧୦ ହଜାର ୪୬୪ ବୁଥ୍‌ରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ଏଥର ମତଦାନ କରିବେ। ୬ଟି ଲୋକସଭା ଆସନ ପାଇଁ ଏଥର ଅଛନ୍ତି ୬୧ ସାଂସଦ ପ୍ରାର୍ଥୀ । କାଲି ରାଜ୍ୟର ବହୁ ହେବିୱେଟ ସାଂସଦଙ୍କ ଭାଗ୍ୟ ସିଲ ହେବ ଇଭିଏମରେ । ଆସନ୍ତୁ ଚିହ୍ନିବା ଏହି ପର୍ଯ୍ୟାୟରେ ଥିବା ହେବିୱେଟ ସାଂସଦଙ୍କୁ।

ଭୁବନେଶ୍ୱର ଲୋକସଭା ଆସନରେ ଏଥର ଅଛନ୍ତି ହାଇ ଭୋଲ୍‌ଟେଜ୍‌ ନେତା। ଏଠି ଦୁଇ ପ୍ରମୁଖ ଦଳ ବିଜେଡି-ବିଜେପି ହୋଇଛନ୍ତି ମୁହାଁମୁହିଁ। କେହି କାହାକୁ କମ୍‌ ନୁହଁନ୍ତି। ବିଜେପିରୁ ଆଇଏଏସ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଉ ବିଜେଡିରୁ ଆଇପିଏସ୍‌ ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଏଠି କଂଗ୍ରେସ-ସିପିଆଇ ମେଣ୍ଟ କରିଛନ୍ତି। ସିପିଏମ ଏଠାରେ ପ୍ରାର୍ଥୀ କରିଛି ଜନାର୍ଦ୍ଦନ ପତିଙ୍କୁ। ତେବେ ଆଇଏଏସ-ଆଇପିଏସ ଲଢେଇ ଉପରେ ସମସ୍ତଙ୍କର ଆଖି।

କଟକ ଲୋକସଭା ଆସନରେ ମଧ୍ୟ କେହି କାହାକୁ କମ୍‌ ନାହାନ୍ତି। ତିନି ପ୍ରମୁଖ ଦଳ ବାଛି ବାଛି ଭେଟେରାନ ନେତାଙ୍କୁ ଏଠାରୁ ଠିଆ କରାଇଛନ୍ତି। ଏହି ଆସନରୁ ୫ ଥର ଜିତି ଆସିଥିବା ଭର୍ତ୍ତୃହରି ମହତାବଙ୍କୁ ବିଜେଡି ଏଥର ମଧ୍ୟ ପ୍ରାର୍ଥୀ କରିଛି। ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ଆଇପିଏସ  ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦଳର ପୁରୁଖା ପଞ୍ଚାନନ କାନୁନ୍‌ଗୋଙ୍କୁ ପ୍ରାର୍ଥୀ କରିଛି। ଏଠାରେ ତ୍ରିମୁଖୀ ଲଢେଇ ହେବ।

ଢେଙ୍କାନାଳ ଲୋକସଭା ଆସନକୁ ନେଇ ଏଥର ବେଶ ଚର୍ଚ୍ଚା ହୋଇଥିଲା। ଏଠାରେ ୪ଥର ସାଂସଦ ହୋଇଥିବା ତଥାଗତ ଶତପଥୀ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିବା ପରେ ଚିନ୍ତାରେ ପଡ଼ିଥିଲା ବିଜେଡ଼ି। ଶେଷରେ ଏହି ଆସନରୁ ପ୍ରାର୍ଥୀ କରିଥିଲା ପାଲଲହଡା ଓ ତାଳଚେର ବିଧାୟକ ଥିବା ମହେଶ ସାହୁଙ୍କୁ। ବିଜେପି ରୁଦ୍ର ନାରାୟଣ ପାଣି ଏବଂ କଂଗ୍ରେସ ପ୍ରାର୍ଥୀ କରିଛି କାମାକ୍ଷା ପ୍ରସାଦ ସିଂଦେଓଙ୍କୁ। ସବୁ ଦଳରେ ହେବିୱେଟ।

କେନ୍ଦୁଝରରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ହେଭି ୱେଟ ନ ହେଲେ ବି ଅନେକ ମାମଲାକୁ ନେଇ ସେ ଚର୍ଚ୍ଚିତ। ଭାଗ୍ୟଦେବୀ ତାଙ୍କୁ କେତେ ଦୟା କରୁଛନ୍ତି ତା ଉପରେ ସମସ୍ତଙ୍କ ଆଖି। ଚନ୍ଦ୍ରାଣୀଙ୍କ ସହ କାଲି ଭାଗ୍ୟ ପରୀକ୍ଷା ଦେବେ ବିଜେପି ଅନନ୍ତ ନାୟକ।  ପୂର୍ବରୁ ୨ ଥର ଏହି ଆସନରୁ ସାଂସଦ ଭାବେ ଜିତିଥିଲେ ମଧ୍ୟ ୨୦୦୯-୧୪ରେ ବିଜେଡି ତାଙ୍କ ହାତରୁ କ୍ଷମତା ଛଡାଇ ନେଇଥିଲା।

ପୁରୀ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କର ନଜର। ପୁରୀ ଆସନ ହାତକୁ ନେବାପାଇଁ ସମସ୍ତେ କମର କସିଛନ୍ତି। ହେଲେ ଜଗନ୍ନାଥ କାହାକୁ ଦେବେ ସେ କଥା ସମୟ କହିବ। ତିନିତିନି ଥର ସାଂସଦ ହୋଇଥିବା ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, କଂଗ୍ରେସ ପ୍ରାର୍ଥୀ ସାମ୍ବାଦିକ ସତ୍ୟପ୍ରକାଶ ମିଶ୍ର ଏମାନଙ୍କ ମଧ୍ୟରୁ ଜନତା  କାହାକୁ ବାଛିବେ ତାହାକୁ ନେଇ ଆକଳନ କରିବା ସମୀକ୍ଷକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।



from Odisha Reporter http://bit.ly/2L3sWYW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages