ମମତାଙ୍କ ନିକଟତର ପୁଲିସ ଅଧିକାରୀଙ୍କୁ ବଦଳି କଲେ ନିର୍ବାଚନ କମିସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ମମତାଙ୍କ ନିକଟତର ପୁଲିସ ଅଧିକାରୀଙ୍କୁ ବଦଳି କଲେ ନିର୍ବାଚନ କମିସନ

କୋଲକାତା: ମୁଖ୍ଯ ନିର୍ବାଚନ ଅଧିକାରୀ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜିଙ୍କ ନିକଟତମ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି। କୋଲକାତା ପୁଲିସ କମିଶନର ଅନୁଜ ଶର୍ମାଙ୍କ ବଦଳି କରି ତାଙ୍କ ସ୍ଥାନରେ ରାଜେଶ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ୨୪ ଘଣ୍ଚା ମଧ୍ଯରେ ବଦଳି ହୋଇଥିବା ଅଧିକାରୀ କାର୍ଯ୍ଯରେ ଯୋଗଦେଇ ରିପୋର୍ଟ ଦେବାକୁ କହିଛନ୍ତି ନିର୍ବାଚନ ଅଧିକାରୀ।

ମମତା ବାନାର୍ଜି ସିବିଆଇ ପ୍ରସଙ୍ଗରେ ଧାରଣାରେ ବସିଥିବାବେଳେ ଅନୁଜ ଶର୍ମା ତାଙ୍କ ପାଖରେ ଉପସ୍ଥିତ ଥିଲେ। ଏମିତିକି ବିଭିନ୍ନ ରାଜନୈତିକ କାର୍ଯ୍ଯକଳାପରେ ଅନୁଜଙ୍କ ସମ୍ପୃକ୍ତି ଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହେବା ପରେ ଏପରି କଡ଼ା କାର୍ଯ୍ଯାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିସନ।

କୋଲକାତା ପୁଲିସ କମିଶନରଙ୍କ ବ୍ୟତୀତ ବିଧାନନଗର ପୁଲିସ କମିଶନର ଜ୍ଞାନବନ୍ତ ସିଂହଙ୍କୁ ବଦଳି କରାଯାଇ ନଟରାଜନ ରମେଶ ବାବୁଙ୍କୁ ନୂତନ ପୁଲିସ କମିଶନର ଭାବରେ ନିଯୁକ୍ତି ମିଳିଛି । ଏଥି ସହିତ ବୀରଭୂମ ଏବଂ ଡାଇମଣ୍ଡ ହାର୍ବର ଏସପିଙ୍କୁ ମଧ୍ୟ ବଦଳି କରାଯାଇଛି । ଅବର୍ଣ୍ଣ ରବିନ୍ଦ୍ରନାଥଙ୍କୁ ବୀରଭୂମ ଏବଂ ଶ୍ରୀହରୀ ପାଣ୍ଡେଙ୍କୁ ଡାଇମଣ୍ଡ ହାର୍ବର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ(ଏସଆଇ) ଭାବେ ବଦଳି କରାଯାଇଛି ।

ତେବେ ବଦଳି ହୋଇଥିବା ସମସ୍ତ ପୁଲିସ ଅଧିକାରୀ ନିର୍ବାଚନ ଦାୟିତ୍ବରେ ନରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ। ପଶ୍ଚିମବଙ୍ଗ ମୁଖ୍ଯ ଶାସନ ସଚିବ ମଳୟ ଦେ ଏହି ବଦଳି ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2Ih5xA3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages